ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଅର୍ଥନୀତି ପ୍ରଫେସର ଲର୍ଡ ନିକୋଲାସ ଷ୍ଟର୍ନଙ୍କୁ ଭେଟିଛନ୍ତି । ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଲର୍ଡ ନିକୋଲାସ ଷ୍ଟର୍ନଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଲର୍ଡ ଷ୍ଟର୍ନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଖୁସି ଅନୁଭବ କରୁଛି । ପରିବେଶ ପ୍ରତି ତାଙ୍କର ଆଗ୍ରହ ଏବଂ ନୀତି ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକର ଅତି ସୂକ୍ଷ୍ମ ବୁଝାମଣା ପ୍ରଶଂସନୀୟ । ସେ ଭାରତ ପ୍ରତି ମଧ୍ୟ ଆଶାବାଦୀ ଏବଂ ୧୩୦ କୋଟି ଭାରତୀୟଙ୍କ ଦକ୍ଷତା ଉପରେ ବିଶ୍ୱାସ କରନ୍ତି ।”
