ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍ରେ ଜିତିଲା ଭାରତ
ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍ରେ ଜିତି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନୂଆ ଯୋଡ଼ି ଅଧିନାୟକ ରୋହିତ ଶର୍ମା (୩୧) ଓ ଋଷଭ ପନ୍ତ (୨୬)ଙ୍କୁ ନେଇ ପାଳି ଆରମ୍ଭ କରିଥିଲା। ଉଭୟ ପ୍ରଥମ ୱିକେଟ୍ରେ ଦ୍ରୁତ ୪୬ ରନ୍ ଯୋଡ଼ିଥିଲେ। ତେବେ ଗୋଟିଏ ଓଭରରେ କୋହଲି ଓ ପନ୍ତ ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ (୧୫), ହାର୍ଦିକ ପାଣ୍ଡ୍ୟା (୧୨) ଓ ଦୀନେଶ କାର୍ତ୍ତିକ(୧୨) ରନରେ ଆଉଟ ହୋଇ ଭାରତକୁ ସଂକଟ ସ୍ଥିତିରେ ପକାଇ ଦେଇଥିଲେ। କେବଳ ଅଲରାଉଣ୍ଡର ଜାଦେଜା (୪୬*)ଙ୍କ ପାଇ ଭାରତ ୧୭୦ ରନ୍ କରିଥିଲା।ତେବେ ଇଂଲଣ୍ଡ ୧୨୧ ରନ୍ରେ ଅଲଆଉଟ୍ ହୋଇ ପରାଜିତ ହୋଇଥିଲା । ଭୁବନେଶ୍ବର କୁମାର ୩ଟି ଉଇକେଟ ନେଇ ଇଂଲଣ୍ଡ ବ୍ୟାଟର୍ଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୩୫ ରନ୍ କରିଥିଲେ। ଭୁବନେଶ୍ବର କୁମାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ପାଇଁ ଭୁବନେଶ୍ୱର କୁମାର ସବୁଠୁ ଅଧିକ ୩ ୱିକେଟ୍ ନେଇଛନ୍ତି , ସେପଟେ ଜସପ୍ରୀତ ବୁମରାହ ଓ ୟୁଜବେନ୍ଦ୍ର ଚହଲ ଙ୍କୁ ୨-୨ ୱିକେଟ ମିଳିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏହା ଲଗାତାର ୧୪ତମ ମୁକାବିଲା ଜିତି ପାରିଛି । ଆଜି 15 ତମ ମୁକାବିଲା ଜିତିବା ପାଇଁ ଭାରତ ପଡ଼ିଆକୁ ଓହ୍ଲାଇବ । ମ୍ୟାଚ 7ଟାରେ ଖେଳାଯିବ ।