ମାସ୍କ ନପିନ୍ଧିଲେ 500ଟଙ୍କା ଫାଇନ: ରେଡ୍ ଜୋନରେ ରାଜ୍ୟର 3 ଟି ସହର

A healthcare worker prepares a dose of the Pfizer-BioNTech Covid-19 vaccine at Boston Medical Center in Boston, Massachusetts, U.S., on Thursday, June 17, 2021. The first pandemic surge flooded Boston Medical Center with coronavirus patients: 229 at last springs peak, filling nearly two-thirds of its beds. This week, the Covid-19 count hit zero. Photographer: Adam Glanzman/Bloomberg via Getty Images

ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୫ ଶହ ଟପିଛି । ଦିନକୁ ଦିନ କରେନା ସଂକ୍ରମଣ ବଢ଼ୁଥିବାରୁ ଲୋକମାନଙ୍କୁ ଭୁବନେଶ୍ବରରେ ମାସ୍କ ପିନ୍ଧିବା ପାଇ
କୁହାଯାଇଛି । ଯେଉଁମାନେ ମାସ୍କ ପିନ୍ଧୁନାହାଁନ୍ତି ସେମାନଙ୍କୁ 500 ଟଙ୍କା ଫାଇନ ଲାଗିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଏବେ ରଥଯାତ୍ରା ବାହୁଡ଼ାର ସମୟ । ଲୋକେ ସତର୍କ ରହିବାର ସମୟ । ଯଦି ଲୋକେ ନମାନିବେ ତେବେ ଏହା ହାତରୁ ଚାଲିଯିବ ବୋଲି ମେୟର ସୁଲୋଚନା ଦାଶ କହିଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୫୧୨ ଜଣ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ରାଜ୍ୟର ୩ ପ୍ରମୁଖ ସହର ରେଡ ଜୋନରେ ରହିଛି ।  ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ଏବେ ରେଡ୍ ଜୋନକୁ ଫେରିଛି । ଭୁବନେଶ୍ୱରରେ ଟିପିଆର ରେଟ୍ ୧୦.୬ ରହିଛି । ସେହିପରି କଟକରେ ୮.୧ ଓ ପୁରୀରେ ୭.୭ ଟିପିଆର ରେଟ୍ ରହିଛି । 

ସେହିପରି ଭୁବନେଶ୍ୱର ରେଡ ଜୋନରେ ଆସିବା ପରେ କଟକଣାକୁ କଡାକଡି ଲାଗୁ କରାଯିବ ବୋଲି ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଲେ ଫାଇନ କଟାଯିବ । ମାସ୍କ ନପିନ୍ଧିଲେ ୫ ଶହ ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡିବ ।