ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଜିତିଲା ଟିମ ଇଣ୍ଡିଆ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଜିତିଲା ଟିମ ଇଣ୍ଡିଆ । ଟିମ୍ ଇଣ୍ଡିଆ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୮ ରନ୍‌ରେ ଅଟକି ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା 24, ଦୀପକ ହୁଡା 33, ସୂର୍ଯ୍ୟକୁମାର ଯାଦବ 39 ଏବଂ ହାର୍ଦିକ ପାଣ୍ଡ୍ୟା 51 ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୮ ୱିକେଟ୍ ହରାଇ ୧୯୮ ରନ୍ କରିଥିଲା। 

ଭୁବନେଶ୍ବର ପ୍ରଥମ ଓଭରର ଜୋସ୍ ବଟଲରଙ୍କୁ କ୍ଲିନ୍ ବୋଲ୍ଟ କରିଥିଲେ । ହାର୍ଦିକ ପାଣ୍ଡ୍ୟା ଭଲ ବୋଲିଂ କରି ଦାୱିଦ ମଲାନ ଓ ଲିୟାମ ଲିଭିଂଷ୍ଟୋନଙ୍କୁ ସେ ମାତ୍ର ୨ ରନ୍ ଭିତରେ ଆଉଟ୍ କରିବା ପରେ ଇଂଲଣ୍ଡ ୨୯ ରନ୍‌ରେ ୩ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଏହା ପରେ ପାଣ୍ଡ୍ୟା ଘରୋଇ ଦଳର ଅନ୍ୟତମ ଓପନର ଜାସନ ରାୟଙ୍କୁ ନିଜ ତୃତୀୟ ଶିକାର କରିବାରୁ ଇଂଲଣ୍ଡ ୩୩ ରନ୍‌ରେ ୪ ୱିକେଟ୍ ହରାଇ ଘୋର ସଙ୍କଟ ଭିତରକୁ ଚାଲିଯାଇଥିଲା। ଭାରତୀୟ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ତିନିଟି କ୍ୟାଚ୍ ହାତଛଡ଼ା କରିବା ସତ୍ତ୍ବେ ଇଂଲଣ୍ଡ ଏହି ପ୍ରାରମ୍ଭିକ ବିପର୍ଯ୍ୟୟର ଝଟ୍‌କାରୁ ବାହାରି ପାରି ନଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୪୮ ରନ୍‌ରେ ସୀମିତ ରହିଥିଲା।