କାଶୀବାସୀଙ୍କୁ ୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି

modi

୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି । ଉତ୍ତର ପ୍ରଦେଶ ଆଜି ଗସ୍ତ କରିବା ବେଳେ ଏହି ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଧାନସଭା ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ପ୍ରଥମ ଥର ପାଇଁ ଆଜି ଗସ୍ତ କରୁଛନ୍ତି । ଏହି ଗସ୍ତକାଳରେ ପିଏମ୍ ମୋଦୀ କାଶୀବାସୀଙ୍କୁ ୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ । 

ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତକାଳରେ ଅକ୍ଷୟ ପାତ୍ର ମେଗା ରୋଷେଇଶାଳ ଉଦ୍‌ଘାଟନ କରିବେ । ଛାତ୍ରମାନଙ୍କ ସହିତ ଋଦ୍ରାକ୍ଷା କନଭେନଶନ ସେଣ୍ଟରରେ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ସହିତ ଅଖିଳ ଭାରତୀୟ ଶିକ୍ଷା ସମାଗମରେ ମଧ୍ୟ ଅଂଶଗ୍ରହଣ କରିବେ । ସେହିପରି ଗସ୍ତ ଶେଷ କରିବା ପୂର୍ବରୁ ସିଗରାସ୍ଥିତ ଡା. ସଂପୂର୍ଣ୍ଣାନନ୍ଦ ଷ୍ଟାଡିୟମରେ ଖେଳାଳିଙ୍କ ସମେତ ପାଖାପାଖି ୨୦ ହଜାର ଲୋକଙ୍କୁ ନେଇ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।