ରାଜଧାନୀରେ ପହିଲାରୁ ଚାଲିବନି ଡିଜେଲ ଗାଡି: ଜାଣନ୍ତୁ କେବେ ଯାଏ ରହିବ କଟକଣା
ମେଟ୍ରୋ ଟିଭି ଓଡିଶା (୨୯.୬.୨୦୨୨)
ଦେଶରେ ହୁ ହୁ ହୋଇ ବଢୁଛି ପ୍ରଦୂଷଣ । ବିଭିନ୍ନ କଳକାରଖାନା, ଗାଡି ମୋଟର ଧୂଆଁରେ ଦୂଷିତ ହେବାରେ ଲାଗିଛି ବାୟୁମଣ୍ଡଳ । ଫଳରେ ନାନା ପ୍ରକାରର ରୋଗକୁ ଏବେ ଦେଶ ସାମନା କରୁଛି । ତେବେ ପ୍ରଦୂଷଣ ଭିତରେ ଭାରତର ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ରାଜ୍ୟ ଭାବେ ଗଣାଯାଉଛି । ତେଣୁ ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଇଛଡ଼୍ତି ଏଖ କଡା ପଦକ୍ଷେପ ।

ରାଜ୍ୟରେ ପ୍ରଦୂଷଣକୁ ରୋକିବା ପାଇଁ ଡିଜେଲ ଚାଳିତ ଗାଡି ପ୍ରବେଶ ଉପରେ ରୋକ ଲଗାଇଛନ୍ତି ସରକାର । ଆସନ୍ତା ଅକ୍ଟୋବର ୧ ତାରିଖରୁ ଆସନ୍ତାବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ମଧ୍ୟମ ତଥା ଭାରୀ ମାଲବାହୀ ଯାନ ଗୁଡିକୁ ରାଜ୍ୟ ଭିତରକୁ ପ୍ରନେଶ ପାଇଁ ରହିତାଦେଶ ଜାରି କରିଛନ୍ତି । ତେବେ ଏହି ଆଦେଶ କେବଳ ବାଣିଜ୍ୟ କ୍ଷେତ୍ରରେ ଲାଗୁ କରାଯିବ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଆମଦାନୀରେ ବ୍ୟବହୃତ ଗାଡିକୁ ଅନୁମତି ପ୍ରଦାନ କରାଯାଇଛି ।ଏହି ନିଷ୍ପତ୍ତିକୁ ନେଇ କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ସମସ୍ତ କ୍ଷେତ୍ରର ପ୍ରମୁଖ ବେପାର ସଂଗଠନମାନଙ୍କୁ ଏକ ବୈଠକ ପାଇଁ ଆହ୍ୱାନ ଦେଇଛି । ଏହି ସମୟରେ ଦେଶରେ ପର୍ବପର୍ବାଣୀ ସହିତ ବିବାହର ଏକ ବଡ ସିଜନ, ଯେଉଁଥିରେ ବେପାର ଅନ୍ୟ ମାସମାନଙ୍କ ତୁଳନାରେ ଅଧିକ ହୋଇଥାଏ । ତେବେ ଏହି ୫ ମାସରେ ଏମିତି ଏକ ପ୍ରତିବନ୍ଧକ ଲାଗିଲେ ବେପାର ବାଣିଜ୍ୟ ଉପରେ ଖୁବ ପ୍ରଭାବ ପଡିବ ବୋଲି କ୍ୟାଟ ତରଫରୁ କୁହାଯାଇଛି ।