ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ, କାଲି ହେବ ବନକଲାଗି ନୀତି
ମେଟ୍ରୋ ଟିଭି ଓଡିଶା (୨୬.୬.୨୦୨୨)
ଦଶମୁଳ ମହୋଷଧୀ ସେବନ ପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ। ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ ପରେ ଲାଘବ ହୋଇଛି ଜ୍ୱରପୀଡ଼ା।

ଏହି ଖବର ଶ୍ରୀନଅରରେ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ସୂଚନା ଦେବା ସହିତ ମହାପ୍ରଭୁଙ୍କ ଲାଗି ପ୍ରସାଦ ପ୍ରଦାନ କରିଛନ୍ତି। ଦାରୁବ୍ରହ୍ମଙ୍କ ସୁସ୍ଥ ହେବା ଖବର ଶୁଣି ଆଶ୍ଵସ୍ତ ହୋଇଛନ୍ତି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ଗଜପତି ମହାରାଜା ମତ ଦେଇଛନ୍ତି।