ଏଣିକି ସବୁ ମୋବାଇଲରେ ଚାଲିବନି ହ୍ୱାଟ୍ସଆପ୍
ମେଟ୍ରୋ ଟିଭି ଓଡିଶା,୯/୧: ଗ୍ରାହକଙ୍କୁ ଝଟକା ଦେବ ହ୍ୱାଟ୍ସଆପ୍ । ଏହି ହ୍ୱାଟ୍ସଆପ୍ ବ୍ୟବହାରକରୁଥିବା ବ୍ୟକ୍ତିଙ୍କ ପାଇ ବଡ ସୂଚନା ।ଏଣିକି ସବୁ ଫୋନରେ ଚାଲିବ ନାହି ହ୍ୱାଟ୍ସଆପ୍ । ସାମସଙ୍ଗ ଠାରୁ ଆରମ୍ଭ କରି ଆଇ ଫୋନ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ମୋବାଇଲରେ କାମ କରିବ ନାହି ହ୍ୱାଟ୍ସଆପ୍ । ଏନେଇ ଏକ ସତର୍କ ସୂଚନା ଜାରୀ କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ, ଯଦି ଆପଣ ପୁରୁଣା ଫୋନ ବ୍ୟବହାର କରୁଛନ୍ତି, ତାହେଲେ ତାକୁ ବଦଳାନ୍ତୁ, ନଚେତ୍ ଆପଣଙ୍କ ଡିଭାଇସରୁ ହ୍ୱାଟ୍ସଆପ ସବୁଦିନ ପାଇଁ ବନ୍ଦ ହୋଇଯିବ ।
ସୂଚନା ଅନୁଯାୟୀ ,ଡିଭାଇସ୍ ଅପଡେଟ୍ ବେଳେ ହ୍ୱାଟ୍ସଆପ ପୁରୁଣା ଭର୍ସନ୍ ମୋବାଇଲରେ ସପୋର୍ଟ କରିବା ବନ୍ଦ କରିଦେବ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ହିସାବରେ ପାଖାପାଖି ୩୦ରୁ ଅଧିକ ମୋବାଇଲରେ ଏହି ଜାନୁଆରୀରୁ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ । ଅନେକ ଲୋକ ବର୍ତ୍ତମାନ ବି ଏହି ସବୁ ଫୋନ୍ ବ୍ୟବହାର କରୁଛନ୍ତି ଏବଂ ହ୍ୱାଟ୍ସଆପ ବନ୍ଦ ହୋଇଗଲେ ଏହି ଲୋକମାନେ ବିଶେଷ ଭାବରେ ପ୍ରଭାବିତ ହେବେ ।ଯଦି ଆପଣଙ୍କର android.os ୪.୧ କିମ୍ବା ତା ଠାରୁ କମ ଭର୍ସନ ଅଛି ତେବେ ଆଉ ହ୍ୱାଟ୍ସଆପ୍ ଆପ କାମ କରିବ ନାହି । ଆଇଫୋନର IOS ୯ ବା ପୁରୁଣା ସଫ୍ଟଓୟାର ଥିଲେ ହ୍ୱାଟ୍ସଆପ୍ ଆପ କାମ କରିବ ନାହି ।
ଲେନୋଭୋ ଏ୮୨୦, ଏଚଟିସି ଡିଜାୟାର ୫୦୦, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍, ସାମସଙ୍ଗ ଗାଲାକ୍ସି ଏକ୍ସକଭର ୨, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ୨, ସୋନି ଏକ୍ସପେରିଆ ଏମ, ସାମସଙ୍ଗ ଗାଲାକ୍ସି କୋର, ସାମସଙ୍ଗ ଗାଲାକ୍ସି ଏସ୨, ଏଲଜି ଲୁସିଡ ୨, ଏଲଜି ଅପ୍ଟିମସ ଏଲ୩ ଡୁଆଲ, ଜିଓଫୋନ୍, ଜିଓଫୋନ୍ ୨, ଆଇଫୋନ ଏସଇ ୧୬,୩୨, ୬୪ଜିବି, ଆଇଫୋନ୍ ୬ଏସ ପ୍ଲସ୍ ୧୬,୩୨, ୬୪ଏବଂ ୧୨୮ଜିବି ଆଦି ଫୋନ୍ରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍।