ମେଟ୍ରୋ ଟିଭି ଓଡିଶା (୧୫ .୬.୨୦୨୨
ସଜବାଜ ପହିଲି ରଜ ପରେ ଆଜି ହେଉଛି ଦ୍ବିତୀୟ ରଜ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ରଜ ସଂକ୍ରାନ୍ତି ଆଷାଢ଼ ମାସରେ ପଡେ | ବସୁମତୀ ମା ରଜ ସ୍ବଳା ହୋଇଥାନ୍ତି | ଜ୍ୟେଷ୍ଠ ମାସ ଶେଷ ଆଷାଢ଼ ମାସଆରମ୍ଭରେ ପଡିଥାଏ ରଜ ପର୍ବ | ଆଷାଢ଼ର ପହିଲି ବର୍ଷାରେ ମେଘ ଏବଂ ଧରିତ୍ରୀ ମାଆର ମିଳନ ହୋଇଥାଏ | ରିତ୍ରୀ ମାଆ ହୋଇଥାଏ ରଜ ସ୍ବଳା |

ମାଟିଏ ସନ୍ତାନ ପ୍ରଜନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ , ସେହି ପରି ଧରିତ୍ରୀ ମାଆ ମଧ୍ୟ ଏହି ତିନିଦିନ ବିଶ୍ରାମ ଦେବାକୁ ରଜ ପର୍ବ ପାଳନ କରାଯାଏ | ଏହି ପର୍ବରେ ଧରିତ୍ରୀ ମାଆକୁ କଷ୍ଟ ଦିଆଯାଇନଥାଏ | ଏହି ସମୟରେ ଝିଅ ମାନେ ମାଟି ଉପରେ ଖାଲି ପାଦରେ ଚାଲନ୍ତି ନାହିଁ | ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ । ସଂକ୍ରାନ୍ତି ଦିନ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ଦେବା ଦେବୀଙ୍କ ଦର୍ଶନ କରିଥାନ୍ତି । ରଜରେ କବାଡି, କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଶି ଏକାଠୀ ହୋଇ ପାଳିଥିଲେ ପହିଲି ରଜ । ସେହି ପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳୁଛନ୍ତି ସଭିଏଁ । ଆଜି ରଜ ସଂକ୍ରାନ୍ତି ହୋଇଥିବାରୁ ମନ୍ଦିର ଯାଇଁ ଭଗବାନଙ୍କୁ ଦର୍ଶନ ମଧ୍ୟ କରିଛନ୍ତି । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ବିତୀୟ ଦିନ ।