ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳି

ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ଦ୍ୱିତୀୟ ଟି-୨୦ ମ୍ୟାଚ। ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି ଉଭୟ ଦଳର ଖେଳାଳି। ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ଦୁଇ ଦେଶର ଖେଳାଳିଙ୍କର ରହିବାର ବ୍ୟବସ୍ଥା କରାଯାଇଛି। ଏଠାରେ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା | ସେମାନଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଦୁଇ ଦେଶର ଖେଳାଳି ହୋଟେଲରେ ପ୍ରବେଶ ବେଳେ ଯୋଡ଼ି ଶଙ୍ଖ ବାଜିବ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଘୋଡ଼ା ନାଚ ବି ଦେଖିବାକୁ ମିଳିଛି। ଏହାପରେ ସ୍ୱାସ୍ଥ୍ୟକର ଡ୍ରିଙ୍କସ୍, ଜୁସ୍ ଓ ସୁପ୍ ବ୍ୟବସ୍ଥା ହୋଇଛି। ସକାଳ ବ୍ରେକଫାଷ୍ଟଠୁ ଆରମ୍ଭ କରି ରାତିର ଡିନର ଯାଏ ସବୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି। ଏହି ଅବସରରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ବି ହୋଇଛି। ଖେଳାଳିମାନଙ୍କୁ ଚକୁଳି, କାକରା, ମଣ୍ଡା ଓ ଛେନାପୋଡ଼ ପରଷା ଯିବ ବୋଲି ମେଫେୟାର ପକ୍ଷରୁ ସୂଚନା ମିଳିଛି |