ଆଜି ରାଜ୍ୟସଭା ନିର୍ବାଚନ

ମେଟ୍ରୋ ଟିଭି ଓଡିଶା (୧୦.୬.୨୦୨୨)

ଆଜି ୪ ରାଜ୍ୟରେ ହେବ ରାଜ୍ୟସଭା ନିର୍ବାଚନ । ୧୬ଟି ରାଜ୍ୟସଭା ଆସନ ପାଇଁ ହରିଆଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ୍‌ ଗ୍ରହଣ ହେଉଛି । ଏଥି ପାଇଁ ଏହି ୪ଟି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହରିଆଣାର ୨, ରାଜସ୍ଥାନର ୪, ମହାରାଷ୍ଟ୍ରର ୬ ଓ କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ଭୋଟ ଗ୍ରହଣ କରାଯିବ । ଘୋଡ଼ାବେପାର ଅଭିଯୋଗ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଆଜିର ଏହି ନିର୍ବାଚନ ପ୍ରକ୍ରିୟା ସମ୍ପର୍ଣ୍ଣ ଭିଡିଓଗ୍ରାଫି ମଧ୍ୟମରେ କରାଯିବ ବୋଲି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ- ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେଉଥିବା ବେଳେ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ର‌‌ଦେଶ, ଓଡ଼ିଶା, ଛତିଶଗଡ଼, ପଂଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରୁ ମୋଟ୍‌ ୪୧ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ତେଣୁ ଆଜି ୪ ରାଜ୍ୟର ୧୬ ଆସନରେ ଭୋଟ୍‌ ଗ୍ରହଣ ଜାରିରହିଛି| ରାଜ୍ୟସଭା ନିର୍ବାଚନ ପାଇଁ ଘୋଡ଼ା ବେପାର ଅଭିଯୋଗ ଉଠିଥିବା ବେଳେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ୪ ରାଜ୍ୟରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ ବୋଲି କହିଛନ୍ତି |