ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ଖୋଲିବ ସ୍କୁଲ ,ବନ୍ୟା ପାଣିରେ ବୁଡ଼ି ସ୍କୁଲର ସବୁ ଆସବାବପତ୍ର ନଷ୍ଟ

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ଖୋଲିବ ସ୍କୁଲ । କିନ୍ତୁ ବନ୍ୟା ସବୁ ବିଗାଡ଼ି ଦେଇଛି । ସ୍କୁଲ ଆଉ ସ୍କୁଲ ହୋଇ ରହି ନାହିଁ। ସବୁ କିଛି ନଷ୍ଟ ହୋଇ ଯାଇଛି । ବନ୍ୟା ପାଣିରେ ବୁଡ଼ି ସ୍କୁଲର ସବୁ ଆସବାବପତ୍ର ନଷ୍ଟ ହୋଇ ଯାଇଛି । ପଙ୍କ କାଦୁଅରେ ଭର୍ତ୍ତି ହୋଇ ଯାଇଛି ସ୍କୁଲ ଘର । ଏ ହେଉଛି ଧରାକୋଟ ବ୍ଲକ ଜଗମୋହନ ଗାଁର ହାଇସ୍କୁଲ । ଏଠାରେ ପ୍ରାରମ୍ଭ ଠାରୁ ଦଶମ ପର୍ଯ୍ୟନ୍ତ ୪୨୭ ଜଣ ପିଲା ପାଠ ପଢ଼ନ୍ତି। ପିଲାଙ୍କ ପଢ଼ା ପାଇଁ ସବୁ ପ୍ରକାର ଉପକରଣ ଥିଲା । ସବୁ କିଛି ନଷ୍ଟ କରି ଦେଇଛି ବନ୍ୟା । ଏଲଇଡ଼ି ଟିଭି , କମ୍ପୁଟର , ଚେୟାର ଟେବୁଲ ,ପାଠ୍ୟ ପୁସ୍ତକ ନଷ୍ଟ ହୋଇ ଯାଇଛି । ରୋଷେଇ ଚାଉଳ ମଧ୍ୟ ନଷ୍ଟ ହୋଇ ଯାଇଛି । ଅଗ୍ନିସମ କର୍ମଚାରୀ ସଫେଇ କାର୍ଯ୍ୟ କରୁଛନ୍ତି । ଶ୍ରେଣୀ ଗୃହରୁ ମାଟି କାଦୁଅ ବାହାର କରାଯାଉଛି ।

Leave a comment