HP ଭାରତରେ ଦୁଇଟି ଦମଦାର ଲାପଟପ୍ OmniBook 5 ଏବଂ ProBook 4 G2iS ଲଞ୍ଚ କରିଛି,ଉଭୟ ଲାପଟପ୍ ରେ ରହିଛି AI ଫିଚର୍ସ
HP ଭାରତରେ ଦୁଇଟି ଦମଦାର ଲାପଟପ୍ OmniBook 5 ଏବଂ ProBook 4 G2iS ଲଞ୍ଚ କରିଛି । ଉଭୟ ଲାପଟପ୍ AI ଫିଚର୍ସ ସହିତ ଲଞ୍ଚ ହୋଇଛି । ଏହାକୁ ଖାସ୍ କରି ବିଜନେସ୍ ପ୍ରଫେସନାଲଙ୍କୁ ଧ୍ୟାନରେ ରଖି ପ୍ରଚଳନ କରାଯାଇଛି । ଏଥିରେ OLED ଡିସପ୍ଲେ ପ୍ୟାନେଲ୍, Intel Core 7 ଚିପସେଟ୍ ଏବଂ ୩୨GB ପର୍ଯ୍ୟନ୍ତ RAM ଭଳି ଫିଚର୍ସ ସାମିଲ କରାଯାଇଛି ।
ଫିଚର୍ସ:
HPର ଏହି ୨ଟି ଲାପଟପ୍ ୧୪ ଇଞ୍ଚର OLEDଡିସପ୍ଲେ ସହିତ ଆସିଛି । ଏହି ଦୁଇଟି ଲାପଟପରେ ହାଇ ରିଜୋଲ୍ୟୁସନ୍ ସ୍କ୍ରିନ୍ ପ୍ରଦାନ କରାଯାଇଛି । ଏଥିରେ ୧୪ ଇଞ୍ଚର 2.8K ରିଜୋଲ୍ୟୁସନ୍ ସ୍କ୍ରିନିଂ ସୁବିଧା ଦିଆଯାଇଛି । ଏଥିସହିତ HP Eye Ease ଟେକ୍ନୋଲୋଜିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ହେଲେ ଦୁଇଟି ଲାପଟପରେ ଭିନ୍ନ ଭିନ୍ନ କ୍ୟାମେରା ସେଟଅପ୍ ରହିଛି । HP OmniBook 5 ରେ କମ୍ପାନୀ IR କ୍ୟାମେରା ପ୍ରଦାନ କରିଯାଇଛି । ଯାହା FHD ରିଜୋଲ୍ୟୁସନ୍କୁ ସପୋର୍ଟ କରିଥାଏ । ସେହିପରି ProBook ରେ କମ୍ପାନୀ FHD HDR କ୍ୟାମେରା ବ୍ୟବହାର କରିଛି । ଏହି ଦୁଇଟି HP ଲାପଟପ୍ Intel Core 7 ଚିପସେଟ୍ ଦ୍ୱାରା ପରିଚାଳିତ । ଯାହା CPU, GPU ଏବଂ NPU ଉଭୟକୁ ସପୋର୍ଟ କରିଥାଏ । OmniBook 5 ୧୬GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ପ୍ରଦାନ କରାଯାଇଛି । ProBook 4ରେ ମଧ୍ୟ ୩୨GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ସୁବିଧା ରହିଛି । ଉଭୟ ଲାପଟପ୍ Windows Hello ଫେସିଆଲ୍ ରେକଗ୍ନିସନ୍ ଏବଂ ଡୁଆଲ୍ ମାଇକ୍ରୋଫୋନ୍ ଭଳି ଫିଚର୍ସ ରହିଛି ।
ଏହି ଦୁଇଟି HP ଲାପଟପରେ Poly Studio ଏବଂ DTS:X ଅଲ୍ଟ୍ରା ଡୁଆଲ୍ ସ୍ପିକର୍ ଦିଆଯାଇଛି । ଯେଉଁଥିରେ ବେଷ୍ଟ ନଏଜ୍ ରେଡିଏସନ୍ ଫିଚର୍ସ ସାମିଲ ରହିଛି । ଯାହା କଲ୍ ସମୟରେ ବ୍ୟାକଗ୍ରାଉଣ୍ଡ ସାଉଣ୍ଡକୁ ରିମୁଭ କରିପାରିବ । ଉଭୟ ଲାପଟପ୍ ବିଜନେସ୍ ପ୍ରୋଫେସନାଲଙ୍କ ପାଇଁ ଲଞ୍ଚ କରାଯାଇଛି । ଯାହାଦ୍ବାରା ଏଥିରେ ପ୍ରାଇଭେସି କ୍ୟାମେରାର ବ୍ୟବହାର କରାଯାଇପାରିବ । ବ୍ୟାଟେରୀ କଥା କହିବାକୁ ଗଲେ ProBookରେ ୭୦Wh ବ୍ୟାଟେରୀ ପ୍ୟାକ୍ ଥିବାବେଳେ OmniBookରେ ୬୫Wh ବ୍ୟାଟେରୀ ପ୍ୟାକ୍ ପ୍ରଦାନ କରାଯାଇଛି । ଉଭୟ ଲାପଟପ୍ ପତଳା ଏବଂ ଲାଇଟୱେଟର ରହିଛି ।
ପ୍ରାଇସ୍:
HP ର OmniBook 5 ର ପ୍ରାରମ୍ଭିକ ମୂଲ୍ୟ ୧,୦୯,୯୯୯ ରହିଛି । ନଭେମ୍ବର ୧୦ ତାରିଖରୁ ପ୍ରି-ବୁକିଂ ଆରମ୍ଭ ହେବ । ଅଫର ପରେ ଲାପଟପର ପ୍ରାରମ୍ଭିକ ମୂଲ୍ୟ ୭୯,୯୯୯ରେ ଉପଲବ୍ଧ ହେବ । ଏହା HPର ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋରରେ ଉପଲବ୍ଧ ହେବ ।
ସେହିପରି HP ProBook 4 G2iS 14 ର ପ୍ରାରମ୍ଭିକ ମୂଲ୍ୟ ୮୬,୦୦୦ଟଙ୍କା ରହିଛି । ଏହି ଲାପଟପ୍ ନଭେମ୍ବର ୬ ତାରିଖରୁ ସେଲ୍ ପାଇଁ ଉପଲବ୍ଧ ହେବ । ଏହା ମିଷ୍ଟ ସିଲଭର କଲର ଅପ୍ସନରେ ଉପଲବ୍ଧ । ତେବେ ଏହାର ଆଟମୋସ୍ଫେରିକ୍ ବ୍ଲୁ ଏବଂ ଏକ୍ଲିପ୍ସ ଗ୍ରେ ଭାରିଆଣ୍ଟ ଡିସେମ୍ବର ୨୦୨୬ରୁ ବଜାରକୁ ଆସିବ ।