ଲଞ୍ଚ୍ ହେଲା OnePlus Turbo 6Vs,ଆସନ୍ତୁ ଜାଣିବା ଏହି ନୂଆ ଫୋନ୍ର ଦାମ୍ ଓ ଫିଚର୍ସ ସମ୍ପର୍କରେ
ସ୍ମାର୍ଟଫୋନ୍ ବଜାରରେ ପୁଣି ଧମାକା କରିଛି OnePlus । ବଡ଼ ବ୍ୟାଟେରୀ ଓ ଦମଦାର ଫିଚର୍ସ ସହ କମ୍ପାନୀ ଲଞ୍ଚ୍ କରିଛି ନୂଆ ସ୍ମାର୍ଟଫୋନ୍ OnePlus Turbo 6Vs । ଏହି ଫୋନର ସବୁଠାରୁ ବଡ଼ ଖାସିୟତ୍ ହେଉଛି ଏହାର ୯,୦୦୦mAhର ବଡ଼ ବ୍ୟାଟେରୀ । ଏହା ସହ ଫୋନରେ ରହିଛି ୧୪୪Hz AMOLED ଡିସପ୍ଲେ, Snapdragon ପ୍ରୋସେସର୍ ଏବଂ ୫୦MP କ୍ୟାମେରା । କମ୍ପାନୀ ଏହାକୁ ନିଜର Turbo 6 ସିରିଜରେ ସାମିଲ କରିଛି । ତେବେ ଆସନ୍ତୁ ଜାଣିବା ଏହି ନୂଆ ଫୋନ୍ର ଦାମ୍ ଓ ଫିଚର୍ସ ସମ୍ପର୍କରେ ।
OnePlus Turbo 6Vsରେ ୬.୭୮ ଇଞ୍ଚର AMOLED ଡିସପ୍ଲେ ଦିଆଯାଇଛି । ଏହାର ରିଜୋଲ୍ୟୁସନ୍ ୨୭୭୨ × ୧୨୭୨ ପିକ୍ସେଲ୍ ରହିଛି । ଏହା ୧୪୪Hz ରିଫ୍ରେସ୍ ରେଟ୍ ସହ ୧୮୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ସପୋର୍ଟ କରିବ । ଫୋନର ମୋଟେଇ ୮.୫୫ ମିଲିମିଟର ଥିବା ବେଳେ ଓଜନ ୨୧୫ ଗ୍ରାମ୍ ରହିଛି । ଏହି ଫୋନକୁ IP66, IP68, IP69 ଏବଂ IP69K ରେଟିଂ ମିଳିଛି । ଫଳରେ ଧୂଳି ଓ ପାଣିରୁ ଫୋନକୁ ଉନ୍ନତ ସୁରକ୍ଷା ମିଳିବ । ପ୍ରୋସେସର୍ କ୍ଷେତ୍ରରେ ଏଥିରେ Qualcomm Snapdragon 7s Gen 4 ଚିପସେଟ୍ ବ୍ୟବହାର କରାଯାଇଛି । ଏହା ସହ ୧୨GB LPDDR4X RAM ଏବଂ ୨୫୬GB ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିବ ।
ଫୋନର ସବୁଠାରୁ ଆକର୍ଷଣୀୟ ଫିଚର୍ ହେଉଛି ଏହାର ୯,୦୦୦mAhର ବଡ଼ ବ୍ୟାଟେରୀ । ଏଥିରେ ୮୦W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସୁବିଧା ରହିଛି । ଏହା ସହ ୨୭W ରିଭର୍ସ ୱାୟାର୍ଡ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିବ । ଏହାଦ୍ୱାରା ଅନ୍ୟ ଡିଭାଇସକୁ ମଧ୍ୟ ଫୋନ୍ ଜରିଆରେ ଚାର୍ଜ କରାଯାଇପାରିବ । ଫଟୋଗ୍ରାଫି ପାଇଁ ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ OIS ସପୋର୍ଟ ସହ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୨ ମେଗାପିକ୍ସେଲର ସେକେଣ୍ଡାରୀ ସେନ୍ସର୍ ଦିଆଯାଇଛି । ସେଲଫି ଓ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳିବ ।
ସଫ୍ଟୱେର୍ କ୍ଷେତ୍ରରେ ଏହା Android 16 ରେ ବେସ୍ଡ ColorOS 16ରେ କାମ କରିବ । କନେକ୍ଟିଭିଟି ପାଇଁ Wi-Fi, Bluetooth ଏବଂ NFC ଭଳି ଫିଚର୍ସ ରହିଛି । ଏହା ସହ ଷ୍ଟେରିଓ ସ୍ପିକର୍ ମଧ୍ୟ ଦିଆଯାଇଛି । OnePlus Turbo 6Vsକୁ କମ୍ପାନୀ ୧୨GB RAM ଏବଂ ୨୫୬GB ଷ୍ଟୋରେଜର ଗୋଟିଏ ଭାରିଆଣ୍ଟରେ ଲଞ୍ଚ୍ କରିଛି । ଚୀନ୍ ବଜାରରେ ଏହାର ମୂଲ୍ୟ ପ୍ରାୟ ୪୮ ହଜାର ଟଙ୍କା ରହିଛି । ଏହି ସ୍ମାର୍ଟଫୋନ୍ ଅରେଞ୍ଜ ଏବଂ ନୋଭା ଭଳି ଦୁଇଟି କଲର୍ ଅପ୍ସନରେ ଉପଲବ୍ଧ। କମ୍ପାନୀ ଏହାକୁ ଚୀନର ଅଫିସିଆଲ୍ ଅନଲାଇନ୍ ଷ୍ଟୋରରେ ଲିଷ୍ଟ କରିଛି । ତେବେ ୯,୦୦୦mAh ବ୍ୟାଟେରୀ, ୧୪୪Hz AMOLED ଡିସପ୍ଲେ ଏବଂ Snapdragon ପ୍ରୋସେସର୍ ଭଳି ଫିଚର୍ସ ସହ OnePlus Turbo 6Vs ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅପ୍ସନ ହୋଇପାରେ ।