ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ସମସ୍ତ ବିପନ୍ନ ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା ମିଳିବ

ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ବିପନ୍ନ ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା ଦେବା ରାଜ୍ୟ ସରକାର । ପ୍ରେସମିଟରେ ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନ ଧରି ବନ୍ୟାରେ ଫସିଥିବା ପୋଷାକ ପାଇଁ ୨୫୦୦ ଟଙ୍କା, ବାସନ ପାଇଁ ମିଳିବ ୨୫୦୦ ଟଙ୍କା ମିଳିବ ।

ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚନ ଅଞ୍ଚଳରେ ହେକ୍ଟର ପିଛା ୧୭,୦୦୦ ଟଙ୍କା ଓ ବାରମାସୀ ଫସଲ ଅଞ୍ଚଳରେ ହୋଇଥିବା କ୍ଷତିର ଭରଣା ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ପାଇବେ ଚାଷୀ । ତେବେ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବନ୍ୟା ପ୍ରଭାବରେ ଘର ଭାଙ୍ଗିଥିଲେ ମଧ୍ୟ ଆର୍ଥିକ ସହାୟତା କରିବେ ରାଜ୍ୟ ସରକାର ।

ସମତଳ ଅଞ୍ଚଳ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା, ପାହାଡ଼ିଆ ଅଞ୍ଚଳ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ଗୁହାଳ ପାଇଁ ୩ ହଜାର ଟଙ୍କା ସହାୟତା ମିଳିବ । MSME କ୍ଷେତ୍ରରେ ଦୋକାନୀ ଓ ଉଠାଦୋକାନୀ ଙ୍କୁ ମିଳିବ ସହାୟତା । ପ୍ରଭାବିତ ଅସ୍ଥାୟୀ ଦୋକାନୀ ୬୦୦ ହଜାର, ବଡ଼ ଦୋକାନ ପାଇଁ ବ୍ୟବସାୟୀଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ।

ବ୍ୟବସାୟ ପୁନଃଉଦ୍ଧାର ପାଇଁ ପ୍ରତିଷ୍ଠାନ ପିଛା ୧୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ସେହିପରି ମତ୍ସ୍ୟଚାଷୀ ଓ ଦୁଗ୍ଧ ଚାଷୀଙ୍କ ପାଇଁ ବି ସହାୟତାର ପେଡ଼ି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଗ୍ଧ ଚାଷୀଙ୍କ ପାଇଁ ୫୦୦ କିଲୋ ପର୍ଯ୍ୟନ୍ତ ମିଳିବ ଗୋଖାଦ୍ୟ । ମତ୍ସ୍ୟ ଚାଷ ପାଇଁ ହେକ୍ଟର ପିଛା ୧ ଲକ୍ଷ ୧୨ ହଜାର ୫୦୦ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ସମୁଦ୍ର ଓ ଚିଲିକାରେ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପିଛା ୫୦୦୦ ଟଙ୍କାର ମିଳିବ କ୍ଷତିପୂରଣ । ସେହିପରି ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ ହଜାର ଟଙ୍କାର ସିଡ୍ ମନି ଦିଆଯିବ । କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସବୁ କ୍ଷତିପୂରଣ ଲାଗୁ କରାଯିବ ।

ଅନ୍ୟପଟେ କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ ତାରିଖରେ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତା ଶାହଙ୍କ ସହ କଥା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ଟିମ୍ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ସମେତ ୧୩ ଜିଲ୍ଲା ଗସ୍ତ କରି ରିପୋର୍ଟ କରିବେ । ରାଜ୍ୟର ରିପୋର୍ଟକୁ ମଧ୍ୟ କେନ୍ଦ୍ରକୁ ପଠାଯିବ । ଉଭୟ ରିପୋର୍ଟ କୁ ଅନୁଧ୍ୟାନ କରିବା ପରେ ଓଡ଼ିଶାକୁ ମିଳିବ ଆର୍ଥିକ ସହାୟତା । ଆବଶ୍ୟକ ସ୍ଥଳେ ସପ୍ଲିମେଣ୍ଟ ବଜେଟ୍ କୁ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a comment