ଲାଭ କମୁଥିବା ବେଳେ ଖର୍ଚ୍ଚ ବଢ଼ୁଥିବାରୁ ଅଲାସ୍କା ଏୟାର ଗ୍ରୁପ ପାଖାପାଖି ୨୦୦ ଅଣଚୁକ୍ତିସ୍ତରୀୟ କର୍ମଚାରୀଙ୍କୁ କରିବ ଛଟେଇ

ବର୍ତ୍ତମାନ ଟେକ୍ନୋଲୋଜିର ଗ୍ରହଣୀୟତା ଓ ଖର୍ଚ୍ଚ ଚାପ ଯୋଗ ବିଭିନ୍ନ ଇଣ୍ଡଷ୍ଟ୍ରୀରେ ଛଟେଇ ଚାଲିଛି। ତେଣୁ ବିମାନ କମ୍ପାନୀ ଅଲାସ୍କା ବି କର୍ମଚାରୀ ଛଟେଇ କରିଛି। ଲାଭ କମୁଥିବା ବେଳେ ଖର୍ଚ୍ଚ ବଢ଼ୁଥିବାରୁ ଅଲାସ୍କା ଏୟାର ଗ୍ରୁପ ପାଖାପାଖି ୨୦୦ ଅଣଚୁକ୍ତିସ୍ତରୀୟ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି।

ଏନେଇ କମ୍ପାନୀର ସିଇଓ ବେନ ମିନିକୁଚୀ କହିଛନ୍ତି ଯଦି ଏଭଳି ପରିସ୍ଥିତି ଆଗକୁ ଜାରି ରହିବ ତେବେ ଚଳିତ ବର୍ଷ ଏୟାରଲାଇନ୍କୁ ୭୦୦ ମିଲିଅନ ଡଲାର କ୍ଷତି ସହିବାକୁ ପଡିପାରେ। ମହାମାରୀ ସମୟକୁ ଛାଡ଼ି ଦେଲେ ୨୦୦୩ ପରେ ଏହା କମ୍ପାନୀର ପ୍ରଥମ ଆଡଜଷ୍ଟେଡ୍ ପ୍ରି-ଟ୍ୟାକ୍ସ ଘାଟା ହେବ ବୋଲି ସିଇଓ ଛଟେଇ କର୍ମଚାରୀଙ୍କୁ ପଠାଇଥିବା ମେମୋରେ ଲେଖିଛନ୍ତି।ଏଭିଏସନ ସେକ୍ଟରରେ ବିମାନ ଇନ୍ଧନର ନିୟମିତ ମୂଲ୍ୟ ବୃଦ୍ଧି, ବିଶ୍ୱସ୍ତରୀୟ ଚାପ କମ୍ପାନୀ ଆର୍ଥିକ ବାଲାନ୍ସକୁ ସିଧା ପ୍ରଭାବିତ କରିଛି। ତେଣୁ ଅନ୍ୟ କମ୍ପାନୀ ଏବେ ଖର୍ଚ୍ଚ କାଟ ପାଇଁ କର୍ମଚାରୀ ଛଟେଇ କରୁଛି।

୧% ଶ୍ରମବଳ କମାଇବାକୁ ପ୍ରସ୍ତାବ

ଛଟେଇ ନେଇ ଅଲାକ୍ସା ପ୍ରବକ୍ତା କହିଛନ୍ତି ଯେ ଏହି ଛଟେଇରେ କମ୍ପାନୀର ମୋଟ ୩୨,୫୦୦ ଶ୍ରମବଳରୁ ମାତ୍ର ୧ ପ୍ରତିଶତ ପ୍ରଭାବିତ ହେବେ। ୱାଶିଂଟନ ରାଜ୍ୟରୁ ୧୨୫ ଜଣ ଓ ହୱାଇରୁ ୪୮ ଜଣଙ୍କୁ ଛଟେଇ କରାଯିବ। ତେବେ କୌଣସି ଫ୍ରଣ୍ଟ ଲାଇନ କିମ୍ବା ଅଣମ୍ୟାନେଜମେଣ୍ଟ କର୍ମଚାରୀଙ୍କ ଚାକିରି ଯିବ ନାହିଁ ବୋଲି ସିଇଓ କହିଛନ୍ତି। ଛଟେଇ କର୍ମଚାରୀମାନଙ୍କର ଶେଷ ୱର୍କିଂ ଡେ ନଭେମ୍ବର ୮ ହେବ। ହେଲେ ୩୧ ଡିସେମ୍ବର ପର୍ଯ୍ୟନ୍ତ ସେମାନଙ୍କୁ ନିୟମିତ ଦରମା ମିଳିବ। ଅନ୍ୟାନ୍ୟ ସମର୍ଥନ ବି ଦିଆଯିବ ବୋଲି କମ୍ପାନୀ ଅଭିଯୋଗ କରିଛି।

Leave a comment