ଏକାଧିକ କୀର୍ତ୍ତିମାନ ଭାଙ୍ଗିଲା ଭାରତ
ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟ୍ବେଣ୍ଟି୨୦ରେ ଭାରତ ୭.୪ ଓଭରରେ ୧୫୦ ରନ୍ କରିଥିଲା; ଯାହା ବିଶ୍ବ କୀର୍ତ୍ତିମାନ। ୨୦୨୪ ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ବିପକ୍ଷରେ ସନ୍ରାଇଜର୍ସ ୮.୨ ଓଭରରେ ୧୫୦ ରନ୍ କରିଥିଲା।
ପ୍ରଥମ ଓଭରରେ ଭାରତ ୨୬ ରନ୍ କରିଥିଲା; ଯାହା ଆଇସିସି ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସର୍ବାଧିକ। ୨୦୧୦ରେ ୱେଷ୍ଟଇଣ୍ଡିଜ୍ର କିମାର ରୋଚ୍ଙ୍କ ବୋଲିଂରେ ପ୍ରଥମ ଓଭରରେ ଅଷ୍ଟ୍ରେଲିଆ ୨୪ ରନ୍ କରି ବିଶ୍ବ କୀର୍ତ୍ତିମାନର ଅଧିକାରୀ ଥିଲା।
ଅଭିଷେକ ଶର୍ମାଙ୍କ ୪ଟି ଟି୨୦ ଅନ୍ତର୍ଜାତୀୟ ଶତକ ମଧ୍ୟରୁ ୩ଟି ୪୦ରୁ କମ୍ ବଲ୍ରୁ ଆସିଛି। ସମସ୍ତ ଟି୨୦କୁ ମିଶାଇ ଅଭିଷେକ ୪୦ରୁ କମ୍ ବଲ୍ରେ ୫ଟି ଶତକ ହାସଲ କରିଛନ୍ତି।
ଅଭିଷେକ ୨୦ କିମ୍ବା କମ୍ ବଲ୍ରେ ୯ ଥର ୫୦ ରନ୍ ପାର କରିଛନ୍ତି। ଏହି ତାଲିକାରେ ଅନ୍ୟ କୌଣସି ବ୍ୟାଟର୍ ୫ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରି ପାରିନାହାନ୍ତି।
ଅନ୍ତର୍ଜାତୀୟ ପୁରୁଷ ଟି୨୦ରେ ପ୍ରଥମ ୧୦ ଓଭର ମଧ୍ୟରେ ମୋଟ ୪ଟି ଶତକ ହୋଇଛି। ଏଥିରୁ ଦୁଇଟି ଶତକ ଅଭିଷେକ ଶର୍ମାଙ୍କ ନାମରେ ରହିଛି। ଗତ ମାସରେ ଆଫଗାନିସ୍ତାନ ବିପକ୍ଷରେ ୮.୩ ଓଭରରେ ଶତକ ହାସଲ କରିଥିବା ଅଭିଷେକ ନ୍ୟୁଜିଲାଣ୍ଡ ବିପକ୍ଷରେ ୯.୩ ଓଭରରେ ଶତକ ପୂରଣ କରିଛନ୍ତି।
୧୯୯ ରନ୍ର ବିଜୟଲକ୍ଷ୍ୟକୁ ଭାରତ ୧୩.୨ ଓଭରରେ ହାସଲ କରିନେଇଛି। ୧୯୦ରୁ ଅଧିକ ରନ୍ର ଲକ୍ଷ୍ୟକୁ ପିଛାକରି ଟି୨୦ କ୍ରିକେଟ୍ରେ ଏହା ୨ୟ ଦ୍ରୁତତମ ବିଜୟ। ୨୦୨୪ରେ ସାଇପ୍ରସ୍ ବିପକ୍ଷରେ ୧୯୨ ରନ୍ର ବିଜୟଲକ୍ଷ୍ୟକୁ ମାତ୍ର ୧୩ ଓଭରରେ ହାସଲ କରିଥିଲା ଇଷ୍ଟୋନିଆ।
ଅଭିଷେକ ଶର୍ମା ୧୧ଟି ଟ୍ବେଣ୍ଟି୨୦ ଶତକ ହାସଲକରି ଏହି ତାଲିକାର ୩ୟ ସ୍ଥାନରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ୨୨ଟି ଓ ପାକିସ୍ତାନର ବାବର ଆଜମ୍ ୧୩ଟି ଶତକ ସହ ପ୍ରଥମ ୨ଟି ସ୍ଥାନରେ ଅଛନ୍ତି।
ଅଭିଷେକ ନ୍ୟୁଜିଲାଣ୍ଡରେ ଅନ୍ତର୍ଜାତୀୟ ଟି୨୦ରେ ଦ୍ରୁତତମ ଶତକ ହାସଲ କରିଛନ୍ତି। ୨୦୨୫ରେ ଶ୍ରୀଲଙ୍କାର କୁଶଳ ପରେରା ନେଲସନ୍ରେ ୪୪ ବଲ୍ରେ ଶତକ ହାସଲ କରିଥିଲେ।
ପୁରୁଷ ଅନ୍ତର୍ଜାତୀୟ ଟି୨୦ରେ ୩୦ ବଲ୍ରେ ଦଳୀୟ ଶତକ ପୂରଣ କରି ଭାରତ ବିଶ୍ବ ରେକର୍ଡ ସ୍ଥାପନ କରିଛି। ୨୦୨୧ରେ ସର୍ବିୟା ବିପକ୍ଷରେ ରୋମାନିଆ ୩୪ ବଲ୍ରେ ଦଳୀୟ ଶତକ ପୂରଣ କରିଥିଲା।
ପୁରୁଷ ଅନ୍ତର୍ଜାତୀୟ ଟି୨୦ରେ ଆଇସିସି ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରଭାବେ ମାତ୍ର ୧୪ ବଲ୍ରୁ ଭାରତ ୫୦ ରନ୍ ପୂରଣ କରିଥିଲା। ପୂର୍ବରୁ ୨୦୦୯ରେ ସ୍କଟ୍ଲାଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ୧୬ ବଲ୍ରେ ୫୦ ରନ୍ ପୂରଣ କରିଥିଲା।