Vivo ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି,ଜାଣନ୍ତୁ ଫିଚର୍ସ
ସ୍ମାର୍ଟଫୋନ୍ ବଜାରରେ Vivoର ନୂଆ ଫୋନ୍କୁ ନେଇ ଚର୍ଚ୍ଚା । Vivo ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯାହା ୧୦୦୦୦mAhର ଦମଦାର ବ୍ୟାଟେରୀ ସହିତ ଆସିଥାଏ । ଚୀନ କମ୍ପାନୀ Y600ସିରିଜରେ ଏହି ଫୋନ୍ ପ୍ରଚଳନ କରିଛି । ଏହା ପୂର୍ବରୁ କମ୍ପାନୀ ଏହି ସିରିଜରେ ଅନେକ ଅନ୍ୟ ମଡେଲ୍ ମଧ୍ୟ ଲଞ୍ଚ କରିଛି । ଯାହା ବଡ଼ ବ୍ୟାଟେରୀ ସହିତ ଆସିଥାଏ । Vivo Y ସିରିଜ ଖାସ୍ କରି ବଜେଟ୍ ଫ୍ରେଣ୍ଡଲି ୟୁଜର୍ସଙ୍କୁ ଧ୍ୟାନରେ ରଖି ଲଞ୍ଚ କରାଯାଇଛି । ଏହି ସିରିଜର ଏହି ଫୋନକୁ Vivo Y600ନାମରେ ପ୍ରଚଳନ କରାଯାଇଛି । ନିକଟରେ କମ୍ପାନୀ Vivo Y600s Pro ପ୍ରଚଳନ କରିଥିଲା । ଯାହାର ବ୍ୟାଟେରୀ ୧୦୨୦୦mAhର ରହିଛି ।
ଫିଚର୍ସ :
ବଜେଟ୍ ଫ୍ରେଣ୍ଡଲି ଏହି Vivo ଫୋନରେ ୬.୮୩ ଇଞ୍ଚର AMLOED ଡିସପ୍ଲେ ପ୍ରଦାନ କରାଯାଇଛି । ଯାହାର ରିଜୋଲ୍ୟୁସନ୍ ୨୮୦୦ x ୧୨୬୦ ପିକ୍ସେଲର ରହିଛି । ଏହା ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଏହି ଫୋନଟି MediaTek Dimensity 7300e ଚିପସେଟ୍ ଦ୍ୱାରା ପରିଚାଳିତ । ୮GB LPDDR4X RAM ଏବଂ ୨୫୬GB ପର୍ଯ୍ୟନ୍ତ ୟୁଏଫଏସ୍(UFS 3.1) ଷ୍ଟୋରେଜ୍ ସହିତ ସାମିଲ ହୋଇଛି । ଏହି ଫୋନଟି Android 16 ଉପରେ ବେସ୍ଡ । ଯାହା Origin 6 ଅପରେଟିଂ ସିଷ୍ଟମ୍ରେ କାମ କରିଥାଏ । ଏହି ଫୋନ୍ ୪୪W ୱେୟାର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବା ସହ ପାୱାରଫୁଲ ୧୦୦୦୦mAhବ୍ୟାଟେରୀ ପ୍ରଦାନ କରାଯାଇଛି । ଏହା ରିଭର୍ସ ୱେୟାର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ବ୍ୟାକ କ୍ୟାମେରାରେ ୫୦MP ମେନ୍ କ୍ୟାମେରା ଏବଂ ସେକେଣ୍ଡାରୀ କ୍ୟାମେରା ପ୍ରଦାନ କରାଯାଇଛି । ସେହିପରି ସେଲ୍ଫି ଓ ଭିଡିଓ କଲିଂ ପାଇଁ ୮ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରାର ସୁବିଧା ପ୍ରଦାନ କରାଯାଇଛି ।
ଏହି ଫୋନଟି IP64ରେଟିଂଯୁକ୍ତ । ଯାହା ଡଷ୍ଟ ଏବଂ ୱାଟରରୁ ପ୍ରୋଟେକ୍ଟ କରି ରଖିବାରେ ସାହାଯ୍ୟ କରିବ । କନେକ୍ଟିଭିଟି ପାଇଁ WiFi, Bluetooth, 5G ଏବଂ ଏକ IR ବ୍ଲାଷ୍ଟର ଭଳି ସୁବିଧା ସାମିଲ ରହିଛି । ଫୋନରେ NFC ଏବଂ ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ପ୍ରଦାନ କରାଯାଇଛି ।
ପ୍ରାଇସ୍:
ଏହି Vivo ଫୋନଟି ଚାରୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ ହୋଇଛି । ୬GB RAM + ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୨୭,୦୦୦ଟଙ୍କା । ୮GB RAM + ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୨୮,୫୦୦ଟଙ୍କା ଥିବାବେଳେ ୬GB + ୨୫୬GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୩୦,୦୦୦ ଟଙ୍କା ଏବଂ ୮GB RAM + ୨୫୬GB ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୩୩,୦୦୦ଟଙ୍କା ରଖାଯାଇଛି । ଏହି ଫୋନ୍ ୩ଟି କଲର ଅପ୍ସନ Sapphire Blue(ସାଫାୟାର୍ ବ୍ଲୁ), Diamond Gold(ଡାଇମଣ୍ଡ ଗୋଲ୍ଡ) ଏବଂ Obsidian Black(ଅବସିଡିଆନ୍ ବ୍ଲାକ୍)ରେ ଉପଲବ୍ଧ ।