ଫେସ୍ବୁକ୍ ୟୁଜର୍ସଙ୍କ ପାଇଁ ଜରୁରୀ ଖବର! ଏମିତି ବଦଳାନ୍ତୁ Email ID
ଆଜିର ଡିଜିଟାଲ୍ ଯୁଗରେ ଫେସ୍ବୁକ୍ କେବଳ ଫଟୋ, ଭିଡିଓ କିମ୍ବା ପୋଷ୍ଟ ସେୟାର୍ କରିବାର ମାଧ୍ୟମ ନୁହେଁ, ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ ଅନଲାଇନ୍ ପରିଚୟ ମଧ୍ୟ। ଆକାଉଣ୍ଟ୍ରେ ଯୋଡ଼ାଯାଇଥିବା ଇମେଲ୍ ଆଇଡି ପାସୱାର୍ଡ ରିସେଟ୍ କରିବା, ଆକାଉଣ୍ଟ୍ ସମ୍ପର୍କିତ ଜରୁରୀ ସୂଚନା ପାଇବା ଏବଂ ଆକାଉଣ୍ଟ୍ର ସୁରକ୍ଷା ପାଇଁ ଉପଯୋଗୀ ହୋଇଥାଏ। ତେଣୁ ପୁରୁଣା ଇମେଲ୍ ବଦଳରେ ନୂଆ ଇମେଲ୍ ବ୍ୟବହାର କରିବାକୁ ଚାହୁଁଥିଲେ, ଫେସ୍ବୁକ୍ର ଆକାଉଣ୍ଟ୍ସ ସେଣ୍ଟର୍କୁ ଯାଇ ଏହାକୁ ସହଜରେ ମ୍ୟାନେଜ୍ କରିପାରିବେ।
ପ୍ରଥମେ ନିଜ ଫେସ୍ବୁକ୍ ଆକାଉଣ୍ଟ୍ ଖୋଲନ୍ତୁ। ଏହାପରେ ପ୍ରୋଫାଇଲ୍ ପିକ୍ଚର୍ରେ କ୍ଲିକ୍ କରି ‘Settings and privacy’ ଏବଂ ପରେ ‘Settings’କୁ ଯାଆନ୍ତୁ। ସେଠାରେ ‘Accounts Centre’ ଖୋଲି ‘Personal details’ ଏବଂ ‘Contact info’ ଉପରେ କ୍ଲିକ୍ କରନ୍ତୁ। ଏବେ ‘Add new contact’ ଏବଂ ‘Add email address’ ବାଛି ନୂଆ ଇମେଲ୍ ଆଇଡି ଦାଖଲ କରନ୍ତୁ। ଇମେଲ୍କୁ ଆସିଥିବା କନ୍ଫର୍ମେସନ୍ କୋଡ୍ ଦେଇ ନିଜ ଇମେଲ୍କୁ ଭେରିଫାଏ କରନ୍ତୁ। ଏତିକି କଲେ ନୂଆ ଇମେଲ୍ ଆଡ୍ କରିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିବ।
ଯଦି ଆପଣ ପୁରୁଣା ଇମେଲ୍ ଆଇଡି ହଟାଇବାକୁ ଚାହୁଁଛନ୍ତି, ତେବେ ପୁଣିଥରେ ‘Accounts Centre’ର ‘Personal details’ ଏବଂ ‘Contact info’କୁ ଯାଆନ୍ତୁ। ସେଠାରେ ହଟାଇବାକୁ ଚାହୁଁଥିବା ଇମେଲ୍ ଆଡ୍ରେସ୍ ଚୟନ କରି ‘Delete email’ ଅପ୍ସନ୍ ବାଛନ୍ତୁ। ଆବଶ୍ୟକ ହେଲେ ପାସୱାର୍ଡ ଦେଇ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ।
ତେବେ ମନେ ରଖନ୍ତୁ, ପୁରୁଣା ଇମେଲ୍ ହଟାଇବା ପୂର୍ବରୁ ନୂଆ ଇମେଲ୍ ଯୋଡ଼ି ଏହାକୁ ଭେରିଫାଏ କରିନେବା ଭଲ। ଏହାଦ୍ୱାରା ଆକାଉଣ୍ଟ୍ରେ ପ୍ରବେଶ କରିବା କିମ୍ବା ପାସୱାର୍ଡ ରିସେଟ୍ କରିବା ସମୟରେ ସମସ୍ୟା ହେବାର ଆଶଙ୍କା କମିଥାଏ। ତେଣୁ ଫେସ୍ବୁକ୍ରେ ଇମେଲ୍ ଆଇଡି ବଦଳାଇବା ହେଉ କିମ୍ବା ପୁରୁଣା ଇମେଲ୍ ହଟାଇବା, କିଛି ସହଜ ଷ୍ଟେପ୍ ଫଲୋ କରି ଆପଣ ନିଜେ ଏହି କାମ କରିପାରିବେ। ଆଉ ହଁ, ନିଜ ଇମେଲ୍ ଓ ପାସୱାର୍ଡର ସୁରକ୍ଷା ପ୍ରତି ସବୁବେଳେ ସତର୍କ ଓ ସଚେତନ ରୁହନ୍ତୁ।