ଭାରତୀୟ ବଜାରରେ ଲଞ୍ଚ୍ ହେଲା Lava Aura Curve 5G

ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀ Lava ନିଜର ନୂଆ 5G ସ୍ମାର୍ଟଫୋନ୍ Lava Aura Curve 5Gକୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏଥିରେ କର୍ଭଡ୍ AMOLED ଡିସ୍‌ପ୍ଲେ, ବ୍ୟାକ ସାଇଡରେ ଛୋଟ ମିନି ସ୍କ୍ରିନ୍, ୫୦ ମେଗାପିକ୍ସେଲ୍ କ୍ୟାମେରା ଏବଂ ୬,୦୦୦mAhର ବଡ଼ ବ୍ୟାଟେରୀ ଭଳି ଆକର୍ଷଣୀୟ ଫିଚର୍ସ ରହିଛି । ମିଡ୍‌-ରେଞ୍ଜ୍‌ରେ ଆଟ୍ରାକ୍ଟିଭ ଡିଜାଇନ୍ ଓ ମର୍ଡନ ଫିଚର୍ସ ଥିବା ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ଲକ୍ଷ୍ୟ ରଖି କମ୍ପାନୀ ଏହାକୁ ବଜାରକୁ ଆଣିଛି ।

ଫିଚର୍ସ ଓ ପ୍ରାଇସ:
ଏହି ସ୍ମାର୍ଟଫୋନ୍‌ରେ ୬.୬୭ ଇଞ୍ଚର Full HD+ 3D କର୍ଭଡ୍ AMOLED ଡିସ୍‌ପ୍ଲେ ପ୍ରଦାନ କରାଯାଇଛି । ଯାହାର ରିଫ୍ରେସ୍ ରେଟ୍ ୧୨୦Hz ରହିଥିବା ବେଳେ ପିକ୍ ବ୍ରାଇଟ୍‌ନେସ୍ ୧,୧୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଫଳରେ ସ୍କ୍ରୋଲିଂ କରିବା, ଭିଡିଓ ଦେଖିବା ଏବଂ ଗେମ୍ ଖେଳିବା ସମୟରେ ଖାସ ଏକ୍ସପିରିଏନ୍ସ ମିଳିବାର ସୁଯୋଗ ମିଳିପାରେ ।

ଫୋନ୍‌ର ବ୍ୟାକ ସାଇଡରେ କ୍ୟାମେରା ମଡ୍ୟୁଲ୍ ତଳେ ଏକ ଛୋଟ ମିନି ଡିସ୍‌ପ୍ଲେ ମଧ୍ୟ ଦିଆଯାଇଛି । ଯେଉଁ ସ୍କ୍ରିନ୍‌ରେ ଟାଇମ, ବ୍ୟାଟେରୀର ସ୍ଥିତି ଏବଂ ନୋଟିଫିକେସନ୍ ଭଳି ଇନଫରମେସନ ଦେଖିହେବ । ଏହା ସହିତ ୟୁଜର୍‌ମାନେ ନିଜ ପସନ୍ଦ ଅନୁସାରେ କଷ୍ଟମ୍ ମେସେଜ୍ ମଧ୍ୟ ଏଥିରେ ପ୍ରଦର୍ଶିତ କରିପାରିବେ । Lava Aura Curve 5Gରେ MediaTek Dimensity 7100 ପ୍ରୋସେସର୍ ଦିଆଯାଇଛି । ଏହା ୬ ନାନୋମିଟର୍ ଟେକ୍ନୋଲୋଜି ଉପରେ ବେସ୍ଡ । ଫୋନ୍‌ରେ ୬GB RAM ଏବଂ ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜର ସୁବିଧା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଭର୍ଚୁଆଲ୍ RAM ସୁବିଧା ଜରିଆରେ RAMକୁ ୧୨GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରିବାର ଅପ୍ସନ ମଧ୍ୟ ରହିଛି ।

ସେହିପରି ଫଟୋଗ୍ରାଫି ପାଇଁ ଫୋନ୍‌ର ବ୍ୟାଙ୍କ ସାଇଡରେ ୫୦ ମେଗାପିକ୍ସେଲ୍‌ର ମେନ କ୍ୟାମେରା ଦିଆଯାଇଛି । ଯେଉଁଥିରେ Sony IMX752ର ସେନ୍ସର୍ ସୁବିଧା ରହିଛି । ସେଲ୍‌ଫି ଏବଂ ଭିଡିଓ କଲିଂ ପାଇଁ ୧୩ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ମିଳୁଛି । ଫୋନ୍‌ରେ ୬,୦୦୦mAhର ବଡ଼ ବ୍ୟାଟେରୀ ଦିଆଯାଇଛି । ଯାହା ୪୫W ଫାଷ୍ଟ୍ ଚାର୍ଜିଂକୁ ସପୋର୍ଟ କରିଥାଏ । ତେବେ ଫୋନ୍‌ର ବକ୍ସ ସହିତ ୩୩W ଚାର୍ଜର୍ ମଧ୍ୟ ମିଳିବ । କମ୍ପାନୀର ଦାବି ଅନୁଯାୟୀ, ଏହାକୁ ଥରେ ଚାର୍ଜ କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିହେବ।

ଏହି ସ୍ମାର୍ଟଫୋନ୍ Android 16 ଅପରେଟିଂ ସିଷ୍ଟମ୍‌ରେ କାମ କରିଥାଏ । ଏଥିରେ AI Call Summary ଏବଂ Circle to Search ଭଳି ଫିଚର୍ସ ସୁବିଧା ରହିଛି । ଫୋନ୍‌କୁ IP64 ରେଟିଂ ଯୁକ୍ତ । ଯାହା ଡଷ୍ଟ ଏବଂ ପାଣିରୁ ପ୍ରୋଟେକ୍ଟ କରିଥାଏ । ବଡ଼ ବ୍ୟାଟେରୀ, କର୍ଭଡ୍ ସ୍କ୍ରିନ୍ ଏବଂ ବ୍ୟାକ ସାଇଡରେ ମିନି ଡିସ୍‌ପ୍ଲେ ଏହି ଫୋନ୍‌କୁ ଏକ ଖାସ ଆଇଡେଣ୍ଟିଟି ପ୍ରଦାନ କରୁଛି ।

Lava Aura Curve 5Gକୁ ୬GB RAM ଏବଂ ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟ୍‌ରେ ଲଞ୍ଚ୍ କରାଯାଇଛି । ଯାହାର ମୂଲ୍ୟ ୨୩,୯୯୯ ଟଙ୍କା ରହିଛି । ଏହି ଫୋନ୍ ଦୁଇଟି କଲର ଅପ୍ସନ ହିମ୍ ସିଲଭର୍ (Him Silver) ଏବଂ ଆମ୍ବର୍ ବ୍ଲୁ (Amber Blue) ରେ ଉପଲବ୍ଧ ହେବ । ଗ୍ରାହକମାନେ କମ୍ପାନୀର ଅଫ୍‌ଲାଇନ୍ ରିଟେଲ୍ ଷ୍ଟୋର୍‌ରୁ ଏହାକୁ କିଣିପାରିବେ ।

Leave a comment