OnePlus 16 ପରେ ଏବେ ଲଞ୍ଚ୍ ହେବାକୁ ଯାଉଛି କମ୍ପାନୀର ଆଉ ଦୁଇଟି ଦମଦାର ସ୍ମାର୍ଟଫୋନ୍
ସ୍ମାର୍ଟଫୋନ୍ ବଜାରରେ ପୁଣି ଧମାକା କରିବାକୁ ପ୍ରସ୍ତୁତ OnePlus । OnePlus 16 ପରେ ଏବେ ଲଞ୍ଚ୍ ହେବାକୁ ଯାଉଛି କମ୍ପାନୀର ଆଉ ଦୁଇଟି ଦମଦାର ସ୍ମାର୍ଟଫୋନ୍ । OnePlus Ace 7 ଏବଂ Ace 7 Pro ନାମରେ ଆସିବ ଏହି ନୂଆ ଫୋନ୍ । ଅକ୍ଟୋବର ୨୯ ତାରିଖରେ ଚୀନରେ ଏହି ଦୁଇଟି ଫୋନ୍ ଲଞ୍ଚ୍ ହେବାକୁ ଥିବାବେଳେ, ଏଥିରେ ମିଳିପାରେ ୯,୦୦୦mAhର ବଡ଼ ପାୱାରଫୁଲ୍ ବ୍ୟାଟେରୀ, ୨୦୦ ମେଗାପିକ୍ସେଲ୍ କ୍ୟାମେରା ଏବଂ ୧୮୫Hz ରିଫ୍ରେସ୍ ରେଟ୍ ଡିସପ୍ଲେ । ତେବେ ଏହି ଫୋନରେ ଆଉ କ’ଣ ରହିଛି ଖାସ୍, ଆସନ୍ତୁ ଜାଣିବା ।
OnePlusର ଆଗାମୀ Ace ସିରିଜକୁ ନେଇ ଟେକ୍ନୋଲୋଜି ଜଗତରେ ଚର୍ଚ୍ଚା ଜୋର୍ ଧରିଛି । କମ୍ପାନୀ ଏହି ସିରିଜର ଦୁଇଟି ସ୍ମାର୍ଟଫୋନ୍ Ace 7 ଏବଂ Ace 7 Pro ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛି । ଅକ୍ଟୋବର ୨୯ରେ ଚୀନରେ ଏହାର ଲଞ୍ଚ୍ ହେବାକୁ ଥିବାବେଳେ, କମ୍ପାନୀ ଫୋନଗୁଡ଼ିକର କଲର୍ ଭାରିଆଣ୍ଟ୍ ସମ୍ପର୍କରେ ମଧ୍ୟ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, OnePlus Ace 7 ତିନୋଟି କଲରରେ ଉପଲବ୍ଧ ହୋଇପାରେ। ଏଥିରେ Tempered, Midnight Black ଏବଂ Radiant White କଲର ସାମିଲ ରହିଛି । ସେହିପରି Ace 7 Pro ମଧ୍ୟ Windbreaker, Midnight Black ଏବଂ Radiant White କଲରରେ ଆସିପାରେ।
ପ୍ରୋସେସର୍ କଥା କହିବାକୁ ଗଲେ, ଏହି ଦୁଇଟି ଫୋନରେ Qualcommର ପାୱାରଫୁଲ୍ ଫ୍ଲାଗସିପ୍ ଚିପସେଟ୍ ମିଳିବା ସମ୍ଭାବନା ରହିଛି । ଗେମିଂ ସମୟରେ ଫୋନ୍ ଅଧିକ ଗରମ ନହେବା ପାଇଁ ଏଥିରେ ସ୍ୱତନ୍ତ୍ର ଥର୍ମାଲ୍ ମ୍ୟାନେଜମେଣ୍ଟ୍ ହାର୍ଡୱେର୍ ମଧ୍ୟ ଦିଆଯାଇପାରେ । ଏହି ଫୋନଗୁଡ଼ିକର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବ୍ୟାଟେରୀ । ଉଭୟ ଫୋନରେ ୯,୦୦୦mAhର ବ୍ୟାଟେରୀ ମିଳିପାରେ । ଏହା ସହିତ ୧୨୦W SuperVOOC ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିବାର ସମ୍ଭାବନା ଅଛି । ଡିସପ୍ଲେ ସେଗମେଣ୍ଟରେ ମଧ୍ୟ ଏହି ଫୋନଗୁଡ଼ିକ ଦମଦାର ହୋଇପାରେ । ଏଥିରେ ୬.୭୮ ଇଞ୍ଚର 1.5K OLED ଡିସପ୍ଲେ ସହ ୧୮୫Hz ରିଫ୍ରେସ୍ ରେଟ୍ ମିଳିପାରେ । ଏହା ଗେମିଂ ଏବଂ ଭିଡିଓ ଦେଖିବାର ଅନୁଭୂତିକୁ ଆହୁରି ଭଲ କରିପାରିବ । ଏଥିସହ ୧୬GB RAM ଏବଂ ୧TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ୍ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
କ୍ୟାମେରା କଥା କହିଲେ, ଏହି ସିରିଜର ଉଭୟ ଫୋନରେ ୨୦୦ ମେଗାପିକ୍ସେଲର ମେନ୍ କ୍ୟାମେରା ଏବଂ ସେଲ୍ଫି ପାଇଁ ୫୦ ମେଗାପିକ୍ସେଲର ଫ୍ରଣ୍ଟ୍ କ୍ୟାମେରା ମିଳିପାରେ । ଅପରେଟିଂ ସିଷ୍ଟମ୍ ଭାବେ Android 17 ଉପରେ ବେସ୍ଡ ColorOS 17 ଦିଆଯିବା ସମ୍ଭାବନା ରହିଛି। ଅନ୍ୟପଟେ, ଭାରତୀୟ ବଜାରରେ ଏହି ସିରିଜର ପ୍ରୋ ମଡେଲକୁ OnePlus 16R ନାମରେ ଲଞ୍ଚ୍ କରାଯାଇପାରେ ବୋଲି ଆଲୋଚନା ହେଉଛି । ତେବେ ଭାରତରେ ଲଞ୍ଚ୍ ଡେଟ୍ ଓ ଫୋନର ମୂଲ୍ୟ ସମ୍ପର୍କରେ କମ୍ପାନୀ ପକ୍ଷରୁ ଆଧିକାରିକ ଘୋଷଣାକୁ ଅପେକ୍ଷା ରହିଛି । ତେବେ ଏହି ସମସ୍ତ ଫିଚର୍ସ ଯଦି ଆଧିକାରିକ ଭାବେ ନିଶ୍ଚିତ ହୁଏ, ତେବେ OnePlusର ଏହି ନୂଆ ସିରିଜ୍ ଗେମିଂ ସ୍ମାର୍ଟଫୋନ୍ ବଜାରରେ ଜୋରଦାର ଟକ୍କର କରିପାରେ ।