IND vs NZ 2nd T20 : ନ୍ୟୁଜିଲାଣ୍ଡକୁ ୪ୱିକେଟରେ ପରାସ୍ତ କରିଛି ଭାରତ

ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ର ଦମଦାର ପ୍ରଦର୍ଶନ । ଆଗଧାଡ଼ିର ଖେଳାଳିମାନେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ନଥିବାବେଳେ ମଧ୍ୟ ନିମ୍ନକ୍ରମରେ ଥିବା ଯୁବ ବ୍ୟାଟରମାନେ ବ୍ୟାଟିଂ ରେ ଭଲ ପ୍ରଦର୍ଶନ କରି ଭାରତକୁ ବିଜୟ ଦେଇଛନ୍ତି । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୪ୱିକେଟରେ ପରାସ୍ତ କରିଛି । ୧୮୧ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତୀୟ ଟିମ୍‌ ୧୯.୫ ଓଭରରେ ୬ଟି ୱିକେଟ ହରାଇ ପୂରଣ କରିଛି । ଭାରତୀୟ ଦଳ ଏବେ ସିରିଜ ର ୨-୦ ରେ ଆଗୁଆ ଅଛି ।

ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଅନ୍ୟ ଆଗଧାଡ଼ିର ଖେଳାଳିମାନେ ବିପର୍ଯ୍ୟୟର ସାମ୍ନା କରିଥିଲେ । ତେବେ ତିଲକ ବର୍ମା ଏବଂ ନୀତିଶ କୁମାର ରେଡ୍ଡୀ ନ୍ୟୁଜିଲାଣ୍ଡ ଠାରୁ ମ୍ୟାଚ୍‌ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲେ ।

ନୀତିଶ କୁମାର ରେଡ୍ଡୀଙ୍କ ସହିତ ‌ତିଲକ ବର୍ମା ମ୍ୟାଚ୍‌ର ଧାରାକୁ ବଦଳାଇ ଦେଇଥିଲେ। ଉଭୟ ୬୯ ରନ୍‌ର ଭାଗିଦାରୀ କରିଥିଲେ । ତିଲକ ୬ଟି ଚୌକା ଏବଂ ଗୋଟିଏ ଛକା ବଳରେ ଅପରାଜିତ ୫୧ ରନ୍‌ କରିଥିଲେ। ସେହିପରି ନୀତିଶ ୨୦୦ ଷ୍ଟ୍ରାଇକ୍‌ରେ ଅପରାଜିତ ରହି ୨୬ ରନ୍‌ ସଂଗ୍ରହ କରିଥିଲେ।

ସଂଜୁ ସାମସନ ଏବଂ ଅଭିଷେକ ଶର୍ମା ଯଥାକ୍ରମେ ୧୪ ଏବଂ ୨୭ ରନ୍‌ରେ ଆଉଟ୍‌ ହୋଇଥିଲେ। ବୈଭବ ସୂର୍ଯ୍ୟବଂଶୀ (୪ରନ୍‌) ନାଥାନ ସ୍ମିଥଙ୍କ ବ୍‌ଲ ଡେରିଲ ମିଚେଲଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ । ଅଧିନାୟକ ଶ୍ରେୟସ ଆୟର ୭ ରନ୍‌ ଏବଂ ଅକ୍ଷର ପଟେଲ ୧୧ ରନ୍‌ କରିଥିଲେ । ନମନ ଧୀର ୧୭ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ୩ଟି ଛକା ବଳରେ ୩୧ ରନ୍‌ କରିଥିଲେ । ଯାହାକି ଭାରତକୁ ଏକ ରୋମାଞ୍ଚକର ବିଜୟ ଦେଇଥିଲା ।

Leave a comment