ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ,୨୬ରେ ବାତ୍ୟା ସୃଷ୍ଟି
ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ । ଏବେ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ଅବପାତ ରୂପ ନେବା ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଆଣ୍ଡାମାନସାଗରରେ ବାତ୍ୟା ସୃଷ୍ଟି ହୋଇ ୨୭ ତାରିଖ ବେଳକୁ ଏହା ଏକ ଶକ୍ତିଶାଳୀ ରୂପ ନେବ। ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେଇପାରେ।
ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି । ଏହା ୨୮ ସକାଳେ କିମ୍ବା ଦିନବେଳା ଆନ୍ଧ୍ର ଉପକୂଳରେ କାକିନାଡ଼ାରେ ମାଡ଼ ହେବା ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୪୦ କିମି ଡେଇଁପାରେ ବୋଲି ୟୁରୋପୀୟ ପାଣି ପାଣିପାଗ ସଂସ୍ଥା ECMWF କହୁଛି । ଏହା ବିଶାଖାପାଟଣାର ଦକ୍ଷିଣରେ ମାଡ଼ ହେବା ନେଇ ECMWF ଆକଳନ କରିଛି।ସେହିପରି ପାଣିପାଗ ମଡେଲ୍ GFS ପୂର୍ବାନୁମାନ ଅତି ଭୟଙ୍କର। ପବନର ବେଗ ୨୦୦ ଟପିପାରେ ବୋଲି ଏହି ମଡେଲ୍ ଇସାରା କରିଛି। କାକିନାଡ଼ା ପାଖାପାଖି ସ୍ଥଳଭାଗରେ ପ୍ରବେଶ କରିବ ବୋଲି GFS ପୂର୍ବାନୁମାନ କରିଛି । ଦେଖାଯାଉ କାହା ଅନୁମାନ ସଠିକ ହେଉଛି ।