ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ବଡ଼ଚଣା R&B ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଯାଜପୁର ବଡ଼ଚଣା R&B ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ । ଇଞ୍ଜିନିୟର ତପନ ସେଠୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ AEE ଗିରଫ । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆଜି ହାଜର କରାଯିବ । ଚଢ଼ାଉ ବେଳେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ରେଡ୍ ବେଳେ ତପନଙ୍କ ନାଁରେ କଟକ, ଭୁବନେଶ୍ୱର ଓ ପୁରୀରେ ୩ଟି ବହୁତଳ କୋଠା ଠାବ ହୋଇଛି । ୩ଟି ଦାମୀ ପ୍ଲଟ୍ ଏବଂ ୧ ଏକର ୨ ଡେସିମିଲ୍ ଜମିରେ ଥିବା ଏକ ଫାର୍ମହାଉସ୍ ଠାବ ହୋଇଛି । ଏହାସହ ୭୫୦ ଗ୍ରାମ ସୁନା, ୨ହଜାର ୮୭ ଲକ୍ଷର ବ୍ୟାଙ୍କ ଜମା, ୨ଟି ୪ ଚକିଆ ଗାଡ଼ି ଠାବ କରାଯାଇଛି । ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ହିସାବ ଦେଇପାରି ନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଭିଜିଲାନ୍ସ ସେଲ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

Leave a comment