ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ରୁ ବର୍ଷା ସମ୍ଭାବନା,୨୯ ଯାଏ ଲଗାଣ ବର୍ଷା ନେଇ ରେଡ ଆଲର୍ଟ ଜାରି

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ରୁ ବର୍ଷା ସମ୍ଭାବନା ।  ଅକ୍ଟୋବର ୨୭ ରୁ ୨୯ ତାରିଖ ମଧ୍ୟରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଓ ପ୍ରଭାବ ଅଧିକ ରହିବ । ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଓ ଗଜପତି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ ।

ସେହିପରି ୨୭ ତାରିଖ ସକାଳୁ ବଢିବ ବର୍ଷାର ପରିମାଣ । ଗଞ୍ଜାମ, ଗଜପତି ପୁରୀ ରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡା କନ୍ଧମାଳ, ନୟାଗଡ, ଖୋର୍ଦ୍ଧା କଟକ, କେନ୍ଦ୍ରାପଡା, ଜଗତସିଂପୁର , ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ସେହିପରି ନବରଙ୍ଗପୁର, କଳାହାଣ୍ଡି ବୌଦ୍ଧ ଓ ଅନୁଗୁଳ ରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।

ସେହିପରି ୨୮ ରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ଗଞ୍ଜାମ ଗଜପତି ରାୟଗଡା କୋରାପୁଟ ଓ ମାଲକାନଗିରି କୁ ଭୀଷଣ ବର୍ଷା କୁ ନେଇ ରେଡ ଆଲର୍ଟ ଥିବା ବେଳେ ନବରଙ୍ଗପୁର, କକଳାହାଣ୍ଡି , କନ୍ଧମାଳ, ନୟାଗଡ, ଖୋର୍ଦ୍ଧା କଟକ, କେନ୍ଦ୍ରାପଡା, ଜଗତସିଂପୁର , ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଅବଶିଷ୍ଟ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ବିଭାଗ।

ସେପଟେ ସମୁଦ୍ରକୂଳବର୍ତି ଅଂଚଳରେ ୩୫ ରୁ ୪୫ ପବନ ବହିବା ସହ ମେଘୁଆ ପାଗ ହୋଉଥିବା ବେଳେ ସମୁଦ୍ର ଅଶାନ୍ତ ରହୁଛି।ତେଣୁ ଆସନ୍ତାକାଲି ଠାରୁ ମାଷ୍ଟ୍ୟସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କଋଚି ବିଭାଗ। ଏହାସହ ୨୯ ଯାଏ ବର୍ଷା ସମ୍ଭହବନା ଥିବା ବେଳେ ବାତ୍ୟା ପରେ ଏହାର ତୀବ୍ରତାକୁ ଦେଖି ପୋର୍ଟ ବର୍ଣ୍ଣିଙ୍ଗ ଦିଆଯିବ ବୋଲି ବିଭାଗ ସୂଚନା ଦେଇଛି।

Leave a comment