ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି

ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିଦାୟ ନେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସେକ୍ରେଟାରୀ ଡ. ରୂପା ରୋଶନ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହା ପୂର୍ବରୁ ଅକ୍ଟୋବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସୁସ୍ଥ ଓ ସୁଖୀ ରଖନ୍ତୁ ବୋଲି କାମନା କରିଥିଲେ ।ଲୋକ ଭବନ ପରିସରରେ ଗଭର୍ଣ୍ଣରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଡକ୍ଟର ହରିବାବୁ କମ୍ଭମପାଟି ୩ ଜାନୁଆରୀ ୨୦୨୫ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ବର୍ଷେ ୯ ମାସ ଧରି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟ କରିବା ପରେ ଏବେ ଏହି ପଦବୀରୁ ବିଦାୟ ନେଇଛନ୍ତି ।ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ବ୍ରଜମୋହନ ରାମ ୧୮ ଅକ୍ଟୋବର ୨୦୨୬ରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

Leave a comment