ମୁହାଁମୁହିଁ ହେଲେ ଏବିଭିପି ଓ ବିସିଜେଡି ଛାତ୍ର ସଂଗଠନ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଉତ୍ତେଜନା, ମୁହାଁମୁହିଁ ହେଲେ ଏବିଭିପି ଓ ବିସିଜେଡି ଛାତ୍ର ସଂଗଠନ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ବାତିଲ କଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଛି ଉତ୍ତେଜନା । ନିର୍ବାଚନ ପୂର୍ବରୁ ଏବିଭିପି ଓ ବିସିଜେଡି ଛାତ୍ର ସଂଗଠନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଦିନତମାମ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା ।ଅନ୍ୟପଟେ, ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଅପହରଣ ଅଭିଯୋଗରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ ନନ୍ଦଙ୍କୁ ପୁଲିସ ଗିରଫ କରିଛି । ଏହି ଘଟଣାକୁ ନେଇ କ୍ୟାମ୍ପସ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିଲା ।

Leave a comment