ଭାରତରେ ନିଜର ନୂଆ ଲାପଟପ୍ ଲଞ୍ଚ୍ କଲା Lenovo,ଆସନ୍ତୁ ଜାଣିବା, Lenovo ThinkBook 14xର ସମସ୍ତ ଡିଟେଲ୍ସ

Lenovo ଭାରତରେ ନିଜର ନୂଆ ଲାପଟପ୍ ଲଞ୍ଚ୍ କରିଛି । ଯାହାର ନାଁ ହେଉଛି- ThinkBook 14x । ଏହା ଏକ Copilot+ PC, ଯେଉଁଥିରେ Intel Core Ultra Series 2 ପ୍ରୋସେସର୍ ଦିଆଯାଇଛି ।  ଏଥିରେ ୧୪ ଇଞ୍ଚର ୨.୮K OLED ଡିସପ୍ଲେ ରହିଛି । କମ୍ପାନୀ ଏହାକୁ ୧୬GB RAM ଏବଂ ୧TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ ସହ ଉପଲବ୍ଧ କରାଇଛି । ଏହି ଲାପଟପରେ ୬୫Wh ପର୍ଯ୍ୟନ୍ତ ବ୍ୟାଟେରୀ, ବ୍ୟାକ୍ଲିଟ୍ କିବୋର୍ଡ ଏବଂ ଗ୍ଲାସ୍ ଟଚପ୍ୟାଡ୍ ଭଳି ଫିଚର୍ସ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା, Lenovo ThinkBook 14xର ସମସ୍ତ ଡିଟେଲ୍ସ ।

ଫିଚର୍ସ:
ThinkBook 14xରେ ୧୪ ଇଞ୍ଚର ୨.୮K OLED ଡିସପ୍ଲେ ଦିଆଯାଇଛି । ଏହାର ରିଫ୍ରେସ୍ ରେଟ୍ ୧୨୦Hz ପର୍ଯ୍ୟନ୍ତ ରହିଛି ଏବଂ ଏହା ୧୦୦ ପ୍ରତିଶତ DCI-P3 କଲର୍ ଗାମଟ୍ କଭର୍ କରେ । ଏହି ସ୍କ୍ରିନର ଆସ୍ପେକ୍ଟ ରେସିଓ ୧୬:୧୦ ରହିଛି । ଏଥିରେ Eyesafe Certification 2.0 ମଧ୍ୟ ଦିଆଯାଇଛି, ଯାହା ବ୍ଲୁ ଲାଇଟର ପ୍ରଭାବରୁ ଆଖିକୁ ସୁରକ୍ଷା ଦେବା ପାଇଁ ଡିଜାଇନ୍ କରାଯାଇଛି । ଡିସପ୍ଲେର ପିକ୍ ବ୍ରାଇଟ୍ନେସ୍ ୫୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଉନ୍ନତ ପରଫର୍ମାନ୍ସ ପାଇଁ ଏହି ଲାପଟପରେ Intel Core Ultra Series 2 ପ୍ରୋସେସର୍ ଦିଆଯାଇଛି । ଏଥିରେ Intel Core Ultra 5 226V ଏବଂ Intel Core Ultra 7 256V ପ୍ରୋସେସର୍ ଯୁକ୍ତ ମଡେଲ୍ ଉପଲବ୍ଧ ରହିଛି। ଏହି ଲାପଟପ୍ Windows 11 Pro ଅପରେଟିଂ ସିଷ୍ଟମରେ ଚାଲିଥାଏ । ଏଥିରେ ୧୬GB RAM ସହ ୧TB ପର୍ଯ୍ୟନ୍ତ ଅନ୍ବୋର୍ଡ ଷ୍ଟୋରେଜ୍ ମିଳୁଛି ।

Lenovo ThinkBook 14xରେ Wi-Fi 7 କନେକ୍ଟିଭିଟି ସୁବିଧା ରହିଛି । ପୋର୍ଟଗୁଡ଼ିକ ବିଷୟରେ କହିବାକୁ ଗଲେ, ଏଥିରେ ଦୁଇଟି USB Type-C, ଦୁଇଟି USB Type-A ଏବଂ ଗୋଟିଏ ଫୁଲ୍ ସାଇଜ୍ HDMI ପୋର୍ଟ ଦିଆଯାଇଛି । ଏକ୍ସଟ୍ରା ଷ୍ଟୋରେଜ୍ ପାଇଁ ଏଥିରେ Dual SSD Slots ମଧ୍ୟ ରହିଛି । ଏହାର କିବୋର୍ଡ ବ୍ୟାକଲିଟ୍ ସୁବିଧା ସହ ଆସୁଛି । ଏହାର ଆଲୋକର ତୀବ୍ରତାକୁ ନିଜ ଆବଶ୍ୟକତା ଅନୁଯାୟୀ ଆଡ୍ଜଷ୍ଟ କରିହେବ । ଏହା ସହିତ ଏଥିରେ ଏକ ଗ୍ଲାସ୍ ଟଚପ୍ୟାଡ୍ ମଧ୍ୟ ଦିଆଯାଇଛି ।

ଏହି ଲାପଟପରେ Lenovo Smart Connect ଫିଚର୍ ରହିଛି। ଏହାର ସାହାଯ୍ୟରେ ଲାପଟପକୁ Android ଡିଭାଇସ୍ ଏବଂ iPhone ସହ ପେୟାର୍ କରାଯାଇପାରିବ । ଏହା ବ୍ୟତୀତ ThinkBook 14xରେ MIL-STD-810H ଡ୍ୟୁରାବିଲିଟି ଷ୍ଟାଣ୍ଡାର୍ଡ ମଧ୍ୟ ଦିଆଯାଇଛି, ଯାହା ଏହାର ଦୃଢ଼ତାକୁ ସୂଚାଏ । ThinkBook 14xର Core Ultra 7 256V ପ୍ରୋସେସର୍ଯୁକ୍ତ ଟପ୍ ମଡେଲରେ ୬୫Wh ବ୍ୟାଟେରୀ ଦିଆଯାଇଛି । ଅନ୍ୟ ଦୁଇଟି ମଡେଲରେ ୫୪.୭Wh ବ୍ୟାଟେରୀ ରହିଛି । ଏହି ଲାପଟପରେ ଆଲୁମିନିୟମ୍ ଚେସିସ୍ ବ୍ୟବହାର କରାଯାଇଛି, ଯାହା ଏହାକୁ ଆକର୍ଷଣୀୟ ଲୁକ୍ ଦେଇଥାଏ ।

ପ୍ରାଇସ୍:
ଭାରତରେ Lenovo ThinkBook 14xର ପ୍ରାରମ୍ଭିକ ମୂଲ୍ୟ ୧,୦୮,୯୯୦ ଟଙ୍କା ରଖାଯାଇଛି। ଏହାକୁ Lenovo Indiaର ଅଫିସିଆଲ୍ ୱେବସାଇଟ୍ରୁ କିଣିହେବ । ଏଥିସହ କମ୍ପାନୀ ଗ୍ରାହକମାନଙ୍କୁ ନିଜ ଆବଶ୍ୟକତା ଅନୁଯାୟୀ କଷ୍ଟମ୍ କନଫିଗରେସନ୍ ବାଛିବାର ଅପ୍ସନ ମଧ୍ୟ ପ୍ରଦାନ କରୁଛି ।

Leave a comment