ଜିଓର ନୂଆ AI Smart Glasses, UPI ପେମେଣ୍ଟ ସହ ଏଥିରେ ରହିଛି ଆହୁରି ଅନେକ ଦମଦାର ଫିଚର୍ସ

ଏଣିକି ଦୋକାନରେ ପେମେଣ୍ଟ କରିବା ପାଇଁ ପକେଟରୁ ମୋବାଇଲ୍ ବାହାର କରିବାର ଆବଶ୍ୟକତା ନାହିଁ! କେବଳ ଚଷମାରେ QR କୋଡକୁ ଦେଖନ୍ତୁ, ଦିଅନ୍ତୁ ଏକ Voice Command ଆଉ ହୋଇଯିବ UPI ପେମେଣ୍ଟ । ଆପଣଙ୍କୁ ଏହି ସୁବିଧା ଦେବାକୁ ଯାଉଛି ଜିଓର ନୂଆ AI Smart Glasses । India Mobile Congress 2026 ଅବସରରେ ଜିଓ ଏହି ଅତ୍ୟାଧୁନିକ ଡିଭାଇସକୁ ପ୍ରଦର୍ଶିତ କରିଛି । ତେବେ କେବଳ ପେମେଣ୍ଟ ନୁହେଁ, ଏଥିରେ ରହିଛି ଆହୁରି ଅନେକ ଦମଦାର ଫିଚର୍ସ ।

ଟେକ୍ନୋଲୋଜି ଦୁନିଆରେ ଆଉ ଏକ ନୂଆ ପାଦ ଆଗକୁ ବଢ଼ାଇଛି ଜିଓ । India Mobile Congress 2026ରେ କମ୍ପାନୀ ନିଜର ନୂଆ AI Smart Glasses ସମେତ ଅନେକ Wearable Device ପ୍ରଦର୍ଶନ କରିଛି । ଏଥିରେ Camera Glasses, Audio Glasses ଓ Earphones ଭଳି ଡିଭାଇସ୍ ସାମିଲ ରହିଛି । ବର୍ତ୍ତମାନ ମୋବାଇଲ୍ ବାହାର ନକରି ହୋଇପାରିବ UPI ପେମେଣ୍ଟ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଡିଭାଇସଗୁଡ଼ିକରେ Scan and Pay, AI Voice Assistant, ବିଭିନ୍ନ ଭାରତୀୟ ଭାଷାର ସପୋର୍ଟ, Live Translation, AI Note-taking ଏବଂ Live Cricket Commentary ଭଳି ଫିଚର୍ସ ମିଳିପାରିବ ।

ଜିଓର ଏହି AI Smart Glassesର ସବୁଠାରୁ ଖାସ୍ ଫିଚର୍ ହେଉଛି Scan and Pay । ଏହାର କ୍ୟାମେରା ସାହାଯ୍ୟରେ ୟୁଜରମାନେ UPI QR Code ସ୍କାନ୍ କରିପାରିବେ । ଏହାପରେ Voice Command ଦେଇ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ କରିପାରିବେ । ଏଥିପାଇଁ ମୋବାଇଲକୁ ପକେଟରୁ ବାହାର କରିବା, ଫୋନ୍ ଅନ‌ଲକ୍ କରିବା କିମ୍ବା ପେମେଣ୍ଟ ଆପ୍ ଖୋଲିବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଏହାର ଫିଚରକୁ ନେଇ ସୂଚନା ଦିଆଯାଇଛି । ଏହି ସ୍ମାର୍ଟ ଗ୍ଲାସରେ UPI Circle ଆଧାରିତ ପେମେଣ୍ଟ ସୁବିଧା ମଧ୍ୟ ଚର୍ଚ୍ଚାରେ ରହିଛି । ଦିଆଯାଇଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଗୋଟିଏ ଟ୍ରାଞ୍ଜାକ୍ସନରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରାଯାଇପାରିବ । ମାସିକ ପେମେଣ୍ଟ ଲିମିଟ୍ ୧୫ ହଜାର ଟଙ୍କା ରହିଛି ବୋଲି ଉଲ୍ଲେଖ କରାଯାଇଛି । ଏହି ଲିମିଟ୍ ଜିଓ ନିଜେ ସ୍ଥିର କରିନାହିଁ, ବରଂ UPI Circleର ନିୟମ ଅନୁଯାୟୀ ନିର୍ଦ୍ଧାରିତ ହୋଇଛି ।

ଜିଓର ଏହି AI Smart Glassesରେ Live Translation ଫିଚର୍ ମଧ୍ୟ ରହିଛି । ଏହା ସାହାଯ୍ୟରେ ଭିନ୍ନ ଭିନ୍ନ ଭାରତୀୟ ଭାଷା କହୁଥିବା ଦୁଇ ଜଣ ବ୍ୟକ୍ତି ପରସ୍ପରର କଥା ବୁଝିପାରିବେ ।  ଫଳରେ ଭାଷା ଯୋଗୁଁ ହେଉଥିବା ସମସ୍ୟାକୁ ଅନେକାଂଶରେ ଦୂର କରିବାରେ ଏହା ସହାୟକ ହୋଇପାରେ । କେବଳ ପେମେଣ୍ଟ କିମ୍ବା ଅନୁବାଦ ନୁହେଁ, ଏହି ଡିଭାଇସରେ AI Note-taking ଫିଚର୍ ମଧ୍ୟ ରହିଛି । ମିଟିଂ ସମୟରେ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଗୁଡ଼ିକୁ ନୋଟ୍ ଆକାରରେ ପ୍ରସ୍ତୁତ କରିବାରେ ଏହା ସାହାଯ୍ୟ କରିପାରିବ । ଏହା ସହ କ୍ରିକେଟ୍ ପ୍ରେମୀଙ୍କ ପାଇଁ ରହିଛି Live Cricket Commentary ଫିଚର୍ । ଏହା ଜରିଆରେ ମ୍ୟାଚର ଲାଇଭ୍ ଅପଡେଟ୍ ଓ କମେଣ୍ଟ୍ରି ପାଇବାର ସୁବିଧା ମିଳିପାରେ ।

ମୋଟାମୋଟି ଭାବେ, ଜିଓର ଏହି AI Smart Glasses ସ୍ମାର୍ଟ ପେମେଣ୍ଟଠାରୁ ଆରମ୍ଭ କରି ଭାଷା ଅନୁବାଦ, ମିଟିଂ ନୋଟ୍ ଏବଂ କ୍ରିକେଟ୍ ଅପଡେଟ୍ ପର୍ଯ୍ୟନ୍ତ ଅନେକ କାମକୁ ସହଜ କରିବାର ଲକ୍ଷ୍ୟ ରଖିଛି । ତେବେ ଏହାର ଦାମ୍, ବଜାରରେ ଉପଲବ୍ଧତା ଏବଂ ସମସ୍ତ ଫିଚର‌ର ବିସ୍ତୃତ ବିବରଣୀ ସମ୍ପର୍କରେ ଅଧିକ ଆଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି ।

Leave a comment