ସେଲ୍ ଆରମ୍ଭ… ଆଉ ଅଫର୍ର ବର୍ଷା,କିନ୍ତୁ କେଉଁ ପ୍ଲାଟଫର୍ମରେ ମିଳିବ ଅଧିକ ଲାଭ ଆସନ୍ତୁ ଜାଣିବା
ଅନଲାଇନ୍ ସପିଂ ପ୍ରେମୀଙ୍କ ପାଇଁ ବଡ଼ ଖବର । ଏକାସାଙ୍ଗରେ ଦୁଇ ଇ-କମର୍ସ ପ୍ଲାଟଫର୍ମରେ ଚାଲିଛି ମେଗା ସେଲ୍… Amazon Great Indian Festival ଆଉ Flipkart Big Billion Days । ସ୍ମାର୍ଟଫୋନ୍ ଠାରୁ ଲାପଟପ୍… ଟିଭିଠାରୁ ଫ୍ରିଜ୍… ଏସି, ସ୍ମାର୍ଟୱାଚ୍, ଇୟରବଡ୍ସ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପରେ ଭାରି ଡିସ୍କାଉଣ୍ଟ। କିନ୍ତୁ ପ୍ରଶ୍ନ ହେଉଛି—କେଉଁଠି ମିଳିବ ସବୁଠାରୁ ବଡ଼ ଡିଲ୍? କେଉଁ କାର୍ଡରେ ମିଳିବ ଅଧିକ ଲାଭ? ଆଉ କିପରି ସେଭ୍ କରିପାରିବେ ହଜାର ହଜାର ଟଙ୍କା?
ସେଲ୍ ଆରମ୍ଭ… ଆଉ ଅଫର୍ର ବର୍ଷା । Amazon Great Indian Festival ଏବଂ Flipkart Big Billion Days 2026 ନେଇ ଅନଲାଇନ୍ ସପିଂ ବଜାରରେ ଏବେ ଜୋରଦାର ମାହୋଲ୍। ମୋବାଇଲ୍… ଲାପଟପ୍… ଟିଭି… ଏସି… ଫ୍ରିଜ୍… ସ୍ମାର୍ଟୱାଚ୍… ଇୟରବଡ୍ସ…ଅନେକ ପ୍ରଡକ୍ଟ ଉପରେ ମିଳୁଛି ବଡ଼ ଡିସ୍କାଉଣ୍ଟ। କେବଳ ଡିସ୍କାଉଣ୍ଟ ନୁହେଁ…ବ୍ୟାଙ୍କ ଅଫର୍, ଏକ୍ସଚେଞ୍ଜ ବୋନସ୍, ନୋ-କଷ୍ଟ EMI, କ୍ୟାଶବ୍ୟାକ୍ ଓ ରିୱାର୍ଡ୍ସ—ସବୁକୁ ମିଶାଇଲେ ଦାମ ଆହୁରି କମିପାରେ। କିନ୍ତୁ କେଉଁ ପ୍ଲାଟଫର୍ମରେ ମିଳିବ ଅଧିକ ଲାଭ?
ପ୍ରଥମେ କଥା ହେବା Flipkart Big Billion Days ବିଷୟରେ। Flipkart Plus, VIP ସଦସ୍ୟ ଓ ଯୋଗ୍ୟ Flipkart Credit Card ହୋଲ୍ଡରଙ୍କ ପାଇଁ ଅକ୍ଟୋବର ୮ରୁ ଆରମ୍ଭ ହୋଇଛି ଆର୍ଲି ଆକ୍ସେସ୍। କିନ୍ତୁ ସବୁ ଗ୍ରାହକଙ୍କ ପାଇଁ ସେଲ୍ ଅକ୍ଟୋବର ୯ରୁ ଆରମ୍ଭ ହେବ। Flipkart ଅନୁସାରେ, କିଛି ଖାସ୍ ଟ୍ରାଞ୍ଜାକ୍ସନ୍ରେ Axis Bank ଓ ICICI Bank କାର୍ଡରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇନ୍ଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳୁଛି। Axis Bank ମଧ୍ୟ Big Billion Days ପାଇଁ ନିଜ Credit Card ଉପରେ ୧୦ ପ୍ରତିଶତ ଇନ୍ଷ୍ଟାଣ୍ଟ ଡିସ୍କାଉଣ୍ଟ ନେଇ ସୂଚନା ଦେଇଛି। ତେବେ ମନେ ରଖନ୍ତୁ—ସବୁ ପ୍ରଡକ୍ଟରେ ସମାନ ଅଫର୍ ଲାଗୁ ହେବ ନାହିଁ। ପ୍ରଡକ୍ଟ ଓ କାର୍ଡର ଏଲିଜିବିଲିଟି ଅନୁସାରେ ଡିସ୍କାଉଣ୍ଟର ସର୍ବାଧିକ ସୀମା ଅଲଗା ହୋଇପାରେ।
ଆଉ ଏଠି ହିଁ ରହିଛି ଏକ୍ସଟ୍ରା ସେଭିଂର ଖେଳ। SuperMoney ମାଧ୍ୟମରେ ପ୍ରଥମ ଏଲିଜିବିଲ୍ ଟ୍ରାଞ୍ଜାକ୍ସନ୍ରେ ୧୦ ପ୍ରତିଶତ ଡିସ୍କାଉଣ୍ଟର ବିକଳ୍ପ ରହିଛି। କିଛି କ୍ଷେତ୍ରରେ Flipkart EMI ସହ ମିଳିପାରେ No Cost EMI ଓ ଅତିରିକ୍ତ ଲାଭ। ଏପରିକି UPI ମାଧ୍ୟମରେ Flipkart Digital Gift Card କିଣିଲେ ୫ ପ୍ରତିଶତ ପର୍ଯ୍ୟନ୍ତ ସେଭିଂର ବିକଳ୍ପ ମଧ୍ୟ ରହିଛି। କିନ୍ତୁ…ଅଫର୍ ଦେଖି ଖୁସି ହେବା ପୂର୍ବରୁ ଏହାର ଏଲିଜିବିଲିଟି ଓ ସର୍ବାଧିକ ଡିସ୍କାଉଣ୍ଟ ଲିମିଟ୍ ନିଶ୍ଚିତ ଚେକ୍ କରନ୍ତୁ।
ଏବେ ଆସନ୍ତୁ Amazon Great Indian Festivalକୁ। ଏଠି ସିଧାସଳଖ ବ୍ୟାଙ୍କ ଅଫର୍ ମଧ୍ୟରେ ରହିଛି SBI Credit ଓ Debit Card ଉପରେ ୧୦ ପ୍ରତିଶତ ଇନ୍ଷ୍ଟାଣ୍ଟ ଡିସ୍କାଉଣ୍ଟ। କିଛି କ୍ଷେତ୍ରରେ Credit Card EMIରେ ମଧ୍ୟ ଏହି ଅଫର୍ ମିଳିପାରେ। କିନ୍ତୁ Amazon Pay ICICI Bank Credit Card ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ମଧ୍ୟ ରହିଛି ବଡ଼ ଲାଭ। Prime ସଦସ୍ୟଙ୍କ ପାଇଁ ଯୋଗ୍ୟ Amazon କ୍ରୟ ଉପରେ ୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ୍, ଯେତେବେଳେ Non-Prime ଗ୍ରାହକଙ୍କ ପାଇଁ ୩ ପ୍ରତିଶତ କ୍ୟାଶବ୍ୟାକ୍ର ବିକଳ୍ପ ରହିଛି। ତେଣୁ ଯଦି ଆପଣଙ୍କ ପାଖରେ Prime Membership ସହ Amazon Pay ICICI Card ରହିଛି, ତେବେ କିଛି ପରଚେଜ୍ ଉପରେ ଭଲ ସେଭିଂ ହୋଇପାରେ।
ତେବେ କେଉଁଠୁ କିଣିବେ? Amazon ନା Flipkart? ଏହାର ସହଜ ଉତ୍ତର ହେଉଛି—କେବଳ Sale Price ଦେଖି ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରଥମେ ଦୁଇଟି ପ୍ଲାଟଫର୍ମରେ ସମାନ ପ୍ରଡକ୍ଟର ଦାମ ତୁଳନା କରନ୍ତୁ। ତା’ପରେ ହିସାବ କରନ୍ତୁ—Sale Price + Bank Discount + Exchange Bonus + Cashback + Rewards = Final Effective Price । ଯେଉଁ ପ୍ଲାଟଫର୍ମରେ ଶେଷରେ ଆପଣଙ୍କୁ କମ୍ ଟଙ୍କା ଦେବାକୁ ପଡ଼ୁଛି, ସେଠାରୁ କିଣିଲେ ହିଁ ଆପଣ ପାଇପାରିବେ ଅଧିକ ଲାଭ । ହେଲେ ସେଲ୍ ସମୟରେ ଗୋଟିଏ କଥା ଭୁଲିବେ ନାହିଁ…ଆଜିର ଦାମ କାଲି ନଥାଇପାରେ। ଅଫର୍ ବଦଳିପାରେ, ଘଣ୍ଟାକୁ ଘଣ୍ଟା ନୂଆ ଡିଲ୍ ଆସିପାରେ ଏବଂ ଲୋକପ୍ରିୟ ପ୍ରଡକ୍ଟ ଷ୍ଟକ୍ରୁ ଶେଷ ହୋଇପାରେ। ତେଣୁ ଆଗରୁ Wishlist ପ୍ରସ୍ତୁତ ରଖନ୍ତୁ। ଆଉ Checkout କରିବା ପୂର୍ବରୁ ଥରେ ନୁହେଁ… ଦୁଇଥର ଅଫର୍ର ସମସ୍ତ Terms & Conditions ପଢ଼ନ୍ତୁ।
ସେଲ୍ ତ ଚାଲିଛି… ଅଫର୍ ବି ଅନେକ। କିନ୍ତୁ ଡିସ୍କାଉଣ୍ଟର ଲୋଭରେ ଯେମିତି ଅଯଥା ଖର୍ଚ୍ଚ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଦାମ ନୁହେଁ, ଦେଖନ୍ତୁ Final Price। ଅଫର୍ ନୁହେଁ, ଦେଖନ୍ତୁ Final Benefit। ତାହାଲେ ହିଁ ହେବ ଆପଣଙ୍କ Shopping ହେଇପାରିବ ସ୍ମାର୍ଟ Shopping।