୨୦୨୬ ମସିହା ରସାୟନ ବିଜ୍ଞାନ (Chemistry) ନୋବେଲ ପୁରସ୍କାର ଫ୍ରାନ୍ସର ବୈଜ୍ଞାନିକ ହେନ୍ରି ବି. କାଗାନ୍ (Henri B. Kagan) ଏବଂ ଜାପାନର କେନସୋ ସୋଆଇ (Kenso Soai) ଙ୍କୁ ମିଳିତ ଭାବେ ପ୍ରଦାନ କରାଯାଇଛି । ସେମାନଙ୍କୁ (non-linear effects and autocatalysis in asymmetric organic synthesis) ର ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ସେମାନଙ୍କର ଏହି ଗବେଷଣା ବର୍ତ୍ତମାନ ଔଷଧ ପ୍ରସ୍ତୁତି (Pharmaceutical Manufacturing) କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହେଉଛି । ଅନେକ ସମୟରେ ଔଷଧର ଗୋଟିଏ ଦର୍ପଣ ପ୍ରତିବିମ୍ବ ଶରୀର ପାଇଁ ଲାଭଦାୟକ ହେଉଥିବା ବେଳେ ଅନ୍ୟଟି କ୍ଷତିକାରକ ହୋଇଥାଏ । ଏହି ଆବିଷ୍କାର ଯୋଗୁଁ କେବଳ ଲାଭଦାୟକ ଓ ନିରାପଦ ଔଷଧ ପ୍ରସ୍ତୁତ କରିବା ସହଜ ହୋଇପାରିଛି ।