ବଜେଟ୍ ପ୍ରାଇସ୍ ରେଞ୍ଜରେ ଡୁଆଲ୍ ସ୍କ୍ରିନ୍ ଥିବା ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି Honor
Honor ବଜେଟ୍ ପ୍ରାଇସ୍ ରେଞ୍ଜରେ ଡୁଆଲ୍ ସ୍କ୍ରିନ୍ ଥିବା ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । Honorର ଏହି ଫୋନର ବ୍ୟାକରେ Xiaomi 18 Pro ଭଳି ଏକ ସେକେଣ୍ଡାରୀ ସ୍କ୍ରିନ୍ ଦିଆଯାଇଛି । Xiaomiର ଏହି ପ୍ରିମିୟମ୍ ଫୋନକୁ ଗତ ସପ୍ତାହରେ ଘରୋଇ ବଜାରରେ ଲଞ୍ଚ କରାଯାଇଛି । Honorର ଏହି ଫୋନ୍ ୬୦୦୦mAhର ପାୱାରଫୁଲ୍ ବ୍ୟାଟେରୀ ସହ ଆସିଛି ।
ଫିଚର୍ସ:
ଆମେ ଯେଉଁ ସ୍ମାର୍ଟଫୋନ୍ ବିଷୟରେ କହୁଛୁ ତା ନାଁ ହେଉଛି- Honor X5ds । Honorର ଏହି ବଜେଟ୍-ଫ୍ରେଣ୍ଡଲି ଫୋନରେ ୬.୭୮ ଇଞ୍ଚର LCD ଡିସପ୍ଲେ ରହିଛି, ଯାହା ୧୨୦Hz ରିଫ୍ରେଶ୍ ରେଟ୍ ସପୋର୍ଟ କରେ। ଫୋନ୍ର ଡିସପ୍ଲେ ରେଜଲୁସନ୍ ୧୨୦ × ୧୫୭୬ ପିକ୍ସେଲ୍ ଏବଂ ପିକ୍ ବ୍ରାଇଟନେସ୍ ୬୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଏହି ଫୋନର ସବୁଠାରୁ ବଡ଼ ବିଶେଷତା ହେଉଛି, ଏହାର ବ୍ୟାକରେ ୨.୦୧ ଇଞ୍ଚର ଏକ ସେକେଣ୍ଡାରୀ LCD ଡିସପ୍ଲେ ଦିଆଯାଇଛି । ଏହାର ରେଜଲୁସନ୍ ୨୪୦ × ୨୯୬ ପିକ୍ସେଲ୍ । ଏହି ସେକେଣ୍ଡାରୀ ଡିସପ୍ଲେରେ ନୋଟିଫିକେସନ୍, ମିଡିଆ ପ୍ଲେବ୍ୟାକ୍ ଏବଂ ସେଲ୍ଫି ଭ୍ୟୁଇଂ ଭଳି ସୁବିଧା ମିଳିବ । ଫୋନଟି Unisoc T610 ଚିପସେଟ୍ରେ ଚାଲିଥାଏ । ଏଥିରେ ୪GB RAM ଏବଂ ୬୪GB ଷ୍ଟୋରେଜ୍ ରହିଛି । ମାଇକ୍ରୋSD କାର୍ଡ ମାଧ୍ୟମରେ ଫୋନର ଷ୍ଟୋରେଜ୍ ବଢ଼ାଇହେବ ।
ଫୋନରେ ୬୦୦୦mAhର ବଡ଼ ବ୍ୟାଟେରୀ ସହ ୧୫W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ Android 16 Go ଅପରେଟିଂ ସିଷ୍ଟମରେ ଚାଲିଥାଏ । କନେକ୍ଟିଭିଟି ପାଇଁ ଫୋନରେ Wi-Fi, Bluetooth 5, GPS ଏବଂ USB Type-C ଭଳି ଫିଚର୍ସ ରହିଛି । ଏହା IP52 ରେଟିଂ ସହ ଆସିଥିବାରୁ ପାଣିର ଛିଟା ଏବଂ ଧୂଳିମାଟିରୁ ଫୋନକୁ ସୁରକ୍ଷା ମିଳିବ ।
କ୍ୟାମେରା ସେଗମେଣ୍ଟ ବିଷୟରେ କହିବାକୁ ଗଲେ, ଫୋନର ବ୍ୟାକରେ ୫୦MPର ମେନ୍ କ୍ୟାମେରା ରହିଛି, ଯାହା ୪x ଡିଜିଟାଲ୍ ଜୁମ୍ ସପୋର୍ଟ କରେ । ସେହିପରି ଫ୍ରଣ୍ଟରେ ୫MPର ସେଲ୍ଫି କ୍ୟାମେରା ଦିଆଯାଇଛି, ଯାହା ଦ୍ୱାରା FHD ଭିଡିଓ ରେକର୍ଡିଂ କରାଯାଇପାରିବ । ଏହା ପୂର୍ବରୁ Honor ନିକଟରେ ୧୧,୦୦୦mAhର ବଡ଼ ବ୍ୟାଟେରୀ ଥିବା ଏକ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନରେ ୧୦୮MPର କ୍ୟାମେରା ଦିଆଯାଇଛି । ଏହାସହ ୧୦,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଦେଉଥିବା ଡିସପ୍ଲେ ମଧ୍ୟ ରହିଛି ।
ପ୍ରାଇସ୍:
ଚୀନର ଏହି କମ୍ପାନୀ ନିଜର ଏହି ବଜେଟ୍-ଫ୍ରେଣ୍ଡଲି ଫୋନକୁ ଗ୍ଲୋବାଲ୍ ମାର୍କେଟରେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଲଞ୍ଚ କରିଛି । ଏହାକୁ କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ୍ରେ ଲଞ୍ଚ କରାଯାଇଛି ଯାହା ହେଉଛି- ୪GB RAM + ୬୪GB ଷ୍ଟୋରେଜ୍ । ଏହାର ଦାମ୍ ପ୍ରାୟ ୧୪,୫୦୦ ଟଙ୍କା ରହିଛି । ଏହାକୁ ଫରେଷ୍ଟ ଗ୍ରୀନ୍ ଏବଂ ମିଡନାଇଟ୍ ବ୍ଲାକ୍ କଲରରେ କିଣିପାରିବେ ।