ମାଳ ଅଞ୍ଚଳରେ ଶୀତ ଲହରୀ ଆରମ୍ଭ,କାକର ବିନ୍ଦୁ ପଡିବା ଦ୍ୱାରା ଘାସ, ଫୁଲ ଏବଂ ପତ୍ରର ଶୋଭା ବଢ଼ାଉଛି

ବର୍ଷା ଛାଡିବା ପରେ ମାଳ ଅଞ୍ଚଳରେ ଶୀତ ଲହରୀ ଆରମ୍ଭ ହୋଇଛି   । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ବର୍ଷା ଛାଡିବା ପରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବା ଆରମ୍ଭ ହୋଇଛି । ଫଳରେ ଏବେ ପାରଦ ତଳ ମୁହାଁ  ।

ସୂଚନା ଅନୁସାରେ, ଲମତାପୁଟରେ ପାରଦ ୧୩ ଡିଗ୍ରୀ ତଳକୁ ଖସିବା ଆରମ୍ଭ ହୋଇଛି  । କାକର ବିନ୍ଦୁ ପଡିବା ଦ୍ୱାରା ଘାସ, ଫୁଲ ଏବଂ ପତ୍ରର ଶୋଭା ବଢ଼ାଉଛି  । ରାତି ୧୦ଟା ପରେ ହାଲୁକା ଶୀତ ଲହରୀ ସହ ଘନ କୁହୁଡି ଆରମ୍ଭ ହୋଇଯାଉଛି l ରାତି ସାରା ଘନ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି  ।

ସେହିପରି ସକାଳ ୯ଟା ପର୍ଯ୍ୟନ୍ତ କୁହୁଡି ବଢିବା ସକାଶେ ଜିରୋ ଭିଜିବିଲିଟି ରହୁଛି l ଗାଡି ମଟର ଯାତାୟତ କରିବା ଭାରି କଷ୍ଟକର ହୋଇପଡୁଛି  । ଜୟପୁର, ଲମତାପୁଟ ଦେଇ ବିଶାଖାପାଟଣାକୁ ମୁଖ୍ୟ ରାସ୍ତା ଯାଇଥିବାରୁ ଭାରି ଯାନବାହାନ ସବୁ ଯିବା ଆସିବା କରିଥାଏ । ଘନ କୁହୁଡି ସକାଶେ ଯାତାୟତରେ ବହୁ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି  ।

ଚଳିତ ବର୍ଷ ମାଳ ଅଞ୍ଚଳରେ ଭଲ ବର୍ଷା ହୋଇଛି । ତେଣୁ ଏଥର ଭଲ ଶୀତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

Leave a comment