300 ଦିନର ବୈଧତା ରିଚାର୍ଜ ଯୋଜନା ଆଣିଛି BSNL,ଏହି ପ୍ଲାନ୍ରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ, ଡାଟା ସମେତ ଅନେକ ସୁବିଧା ମିଳିବ
BSNL ଲଗାତାର ନିଜ ୟୁଜର୍ସଙ୍କ ପାଇଁ ଶସ୍ତା ରିଚାର୍ଜ ପ୍ଲାନ୍ ଆଣୁଛି । ସରକାରୀ ଟେଲିକମ୍ ଅପରେଟର 300 ଦିନର ବୈଧତା ରିଚାର୍ଜ ଯୋଜନା ପ୍ରଦାନ କରୁଛି । ଏହି ପ୍ଲାନ୍ରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ, ଡାଟା ସମେତ ଅନେକ ସୁବିଧା ମିଳୁଛି । ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକର ପ୍ଲାନ୍ ତୁଳନାରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ର ଏହି ପ୍ଲାନ୍ ଅଧିକ ଶସ୍ତା ରହିଛି ।
BSNLର ଏହି ରିଚାର୍ଜ ପ୍ଲାନ୍ ମୂଲ୍ୟ ୧,୪୯୯ ଟଙ୍କାରେ ଉପଲବ୍ଧ । ଅର୍ଥାତ୍, ୟୁଜର୍ସ ଦୈନିକ ପ୍ରାୟ ୫ ଟଙ୍କା ଖର୍ଚ୍ଚ କରି ଏହି ପ୍ଲାନ୍ର ସୁବିଧା ପାଇପାରିବେ । ଏହି ପ୍ଲାନ୍ରେ ସାରା ଭାରତରେ ଅନଲିମିଟେଡ୍ କଲିଂ ସୁବିଧା ମିଳୁଛି । ଏହା ସହିତ ସାରା ଦେଶରେ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମଧ୍ୟ ରହିଛି । ପ୍ରିପେଡ୍ ରିଚାର୍ଜ ପ୍ଲାନ୍ରେ ଦୈନିକ ୧୦୦ଟି ଫ୍ରି SMS ଏବଂ ମୋଟ ୩୨GB ହାଇସ୍ପିଡ୍ ଡାଟାର ସୁବିଧା ମିଳୁଛି । ଯେଉଁମାନେ ନିଜ ନମ୍ବରକୁ ସେକେଣ୍ଡାରୀ ସିମ୍ ଭାବେ ବ୍ୟବହାର କରୁଛନ୍ତି BSNLର ଏହି ପ୍ରିପେଡ୍ ପ୍ଲାନ୍ ବିଶେଷ କରି ସେହି ୟୁଜର୍ସଙ୍କ ପାଇଁ ଉପଯୋଗୀ । କମ୍ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଏବଂ ମୁଖ୍ୟତଃ କଲିଂ ପାଇଁ ନମ୍ବର ରଖୁଥିବା ୟୁଜର୍ସଙ୍କ ପାଇଁ ମଧ୍ୟ ଏହି ପ୍ଲାନ୍ ଉପଯୋଗୀ ହୋଇପାରେ ।
ଏହା ବ୍ୟତୀତ BSNL ପୁଣିଥରେ ୫୧ ଟଙ୍କିଆ ଅଫର୍ ଆଣିଛି । ଏହି ଅଫର୍ରେ ୨୮ ଦିନର ଭାଲିଡିଟି ମିଳୁଛି । ଏହି ପ୍ଲାନ୍ରେ ଦୈନିକ ୨GB ହାଇସ୍ପିଡ୍ ଡାଟା ସହିତ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂ ଭଳି ସୁବିଧା ୟୁଜର୍ସଙ୍କୁ ମିଳିବ । ଏହା ସହିତ ପ୍ରତିଦିନ ୧୦୦ଟି ଫ୍ରି SMS ମଧ୍ୟ ମିଳୁଛି । BSNLର ଏହି ୫୧ ଟଙ୍କିଆ ଅଫର୍ ବର୍ତ୍ତମାନ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଭ୍ୟାଲିଡ଼ ରହିଛି । ଏହି ଅଫର୍ ବିଶେଷ କରି ନୂଆ ସିମ୍ ନେଉଥିବା ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ । ୟୁଜର୍ସଙ୍କୁ ମାଗଣାରେ BSNL ସିମ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ଏହା ସହିତ କମ୍ପାନୀ ଖୁବଶୀଘ୍ର ନିଜର 5G ସେବା ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ସରକାରୀ ଟେଲିକମ୍ ଅପରେଟର ପକ୍ଷରୁ ଲକ୍ଷ ଲକ୍ଷ ନୂଆ 4G/5G ଟାୱାର ସ୍ଥାପନ କରାଯାଉଛି ।