ନୀମ କରୋଲି ବାବାଙ୍କ ଉପରେ ଆଧାରିତ ଏକ ଭବ୍ୟ ସିରିଅଲର ପ୍ରଥମ ଟିଜର ରିଲିଜ
ଫିଲ୍ମ ହନୁମାନ ଅଂଶ ଫିଲ୍ମ ପ୍ରାୟ ୪୦୦ କୋଟି ଟଙ୍କାର ବ୍ୟବସାୟ କରିବା ପରେ ଭକ୍ତି ଓ ଆଧ୍ୟାତ୍ମିକତା ଭିତ୍ତିକ କାହାଣୀକୁ ନେଇ ଦର୍ଶକଙ୍କ ଆଗ୍ରହ ବଢିବାରେ ଲାଗିଛି । ଏବେ ଏହାକୁ ନେଇ ଜବରଦସ୍ତ ଟ୍ରେଣ୍ଡ ଚାଲିଥିବା ନୀମ କରୋଲି ବାବାଙ୍କ ଉପରେ ଆଧାରିତ ଏକ ଭବ୍ୟ ସିରିଅଲ ଅଫିସିଆଲ ଭାବେ ଘୋଷଣା ହୋଇଛି । ଏହାର ପ୍ରଥମ ଟିଜର ରିଲିଜ ହୋଇଛି ।
ଅଫିସିଆଲ୍ ଟିଜରରେ କମିଂ ସୁନ୍ ଲେଖାଯାଇଥିବାରୁ ଦର୍ଶକଙ୍କ ମଧ୍ୟରେ ଶୋ’ର ପ୍ରସାରଣ ତାରିଖକୁ ନେଇ ଉତ୍ସାହ ବଢିଯାଇଛି । ଏହି ପ୍ରୋଜେକ୍ଟର ପ୍ରି-ପ୍ରୋଡକ୍ସନ୍ ଓ କାଷ୍ଟିଂ କାମ ଜୋରସୋରରେ ଚାଲିଛି । ସବୁକିଛି ଯୋଜନା ଅନୁସାରେ ହେଲେ ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ଏହି ଶୋ’ ଅନ୍-ଏୟାର ହୋଇପାରେ । ଖୁବଶୀଘ୍ର ମେନ୍ କଳାକାର ଏବଂ ପ୍ରସାରଣ ତାରିଖ ନେଇ ଅଫିସିଆଲ ଘୋଷଣା ହୋଇପାରେ ।
ଉତ୍ତରାଖଣ୍ଡର ପ୍ରସିଦ୍ଧ କୈଞ୍ଚି ଧାମ ସହ ନୀମ କରୋଲି ବାବାଙ୍କ ନାମ ଜଡ଼ିତ । ତାଙ୍କ ଜୀବନ, ଆଧ୍ୟାତ୍ମିକତା ଓ ଭକ୍ତି ସହ ଜଡ଼ିତ ଅନେକ କାହାଣୀ ତାଙ୍କ ଅନୁଗାମୀମାନଙ୍କ ମଧ୍ୟରେ ପ୍ରଚଳିତ । ନୀମ କରୋଲି ବାବାଙ୍କ ଅନୁଗାମୀମାନେ ତାଙ୍କୁ ହନୁମାନଙ୍କ ପରମ ଭକ୍ତ ଭାବେ ମାନନ୍ତି । ତାଙ୍କ ଆଶ୍ରମ କୈଞ୍ଚି ଧାମକୁ ନେଇ ଭାରତ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚା ରହିଛି ।