ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ ,ଓଡ଼ିଶା ସରକାରଙ୍କୁ କୈଫତ ମାଗିଲା PMO

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ । ଓଡ଼ିଶା ସରକାରଙ୍କୁ କୈଫତ ମାଗିଲା PMO । ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରି ଏହି ସଂପର୍କରେ ସଂପୃକ୍ତି କର୍ତ୍ତୃପକ୍ଷଙ୍କ ଠାରୁ ଜବାବ ଲୋଡିଛି ।

କିଛି ଦିନ ତଳେ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ପାଇଁ ନୂଆ ବହି ଛପା ଯାଇଥିଲା । ଏହି ସବୁ ନୂଆ ବହିରେ ବହୁ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା । ଯାହାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏଁ ସମସ୍ତେ ସରକାରଙ୍କୁ ବହି ତ୍ରୁଟି ପ୍ରସଙ୍ଗରେ ଘେରିଥିଲେ । ଏବେ ଏହି ପ୍ରସଙ୍ଗରେ ଆସିଛି ନୂଆମ ମୋଡ଼। ରାଜ୍ୟରେ ହୋଇଥିବା ବହି ତ୍ରୁଟି ପ୍ରସଙ୍ଗରେ କୈଫତ ମାଗିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ । ବହି ତ୍ରୁଟି ମାମଲାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଲୋଡ଼ିଛି ଜବାବ। PMOର ନିର୍ଦ୍ଦେଶ କ୍ରମେ, ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ‘ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ’ ଓଡ଼ିଶା ‘ସ୍କୁଲ୍ ଓ ଗଣଶିକ୍ଷା ବିଭାଗ’ ନିକଟରୁ ଏହି ବିଷୟରେ ରିପୋର୍ଟ କିମ୍ବା ଜବାବ ମାଗିଛି।

ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକର ମୁଦ୍ରଣ ଓ ବଣ୍ଟନ ପଛରେ କୋଟି କୋଟି ଟଙ୍କାର ଦୁର୍ନୀତି ରହିଥିବା ନେଇ ଆରଟିଆଇ (RTI) କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ପରେ PMO ଏହି ପଦକ୍ଷେପ ନେଇଛି। ସରକାରୀ ପ୍ରେସ୍ର ଜଣେ ଡେପୁଟି ଡାଇରେକ୍ଟର ପାହ୍ୟାର ଅଧିକାରୀ ଏହି ଦୁର୍ନୀତି ଚକ୍ରରେ ସାମିଲ ଅଛନ୍ତି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ।

Leave a comment