ଭାରତୀୟ ବଜାରରେ ଲଞ୍ଚ ହେଲା ଟାଟା Sierra #DARK Edition,ତେବେ କେତେ ରହିଛି ଦାମ ଏବଂ କ’ଣ ରହିଛି ଏହାର ଖାସ୍ ଫିଚର୍? ଆସନ୍ତୁ ଜାଣିବା…
ଟାଟା ମୋଟର୍ସର ପପୁଲାର SUV Sierra ଏବେ ଆହୁରି ଷ୍ଟାଇଲିଶ୍ ଓ ଡାର୍କ ମଡେଲରେ। ଭାରତୀୟ ବଜାରରେ ଲଞ୍ଚ ହୋଇଛି Sierra #DARK Edition। ପୂରା ବ୍ଲାକ୍ ଥିମ୍, ପ୍ରିମିୟମ୍ ଇଣ୍ଟେରିୟର୍ ଓ ଦମଦାର ଫିଚର୍ ସହ ଆସିଛି ଏହି ନୂଆ SUV । ତେବେ କେତେ ରହିଛି ଦାମ ଏବଂ କ’ଣ ରହିଛି ଏହାର ଖାସ୍ ଫିଚର୍? ଆସନ୍ତୁ ଜାଣିବା…
Sierra #DARK Editionରେ ସବୁଠାରୁ ବଡ଼ ପରିବର୍ତ୍ତନ ହୋଇଛି ଏହାର ଲୁକରେ । ନୂଆ Friesian Black କଲର୍ ସହ ବ୍ଲାକ୍ ଫିନିଶର ଲୋଗୋ ଓ ବ୍ୟାଜିଂ ଦିଆଯାଇଛି । ଏହା ସହ ୧୯ ଇଞ୍ଚ୍ ଆଲଏ ହ୍ୱିଲ୍କୁ ମଧ୍ୟ ମିଳିଛି ବ୍ଲାକ୍ ଟ୍ରିଟମେଣ୍ଟ। ବମ୍ପର୍ଠାରୁ ଆରମ୍ଭ କରି ଅନ୍ୟ ବାହ୍ୟ ଅଂଶରେ ମଧ୍ୟ ଡାର୍କ ଫିନିଶ୍ ଦିଆଯାଇଛି।
କେବଳ ବାହାର ନୁହେଁ, କ୍ୟାବିନ୍ରେ ମଧ୍ୟ ଦେଖିବାକୁ ମିଳିବ ଡାର୍କ ଥିମ୍ । ବ୍ଲାକ୍ ଇଣ୍ଟେରିୟର୍ ସହ Violet Eclipse ଥିମ୍ ଏବଂ ପର୍ପଲ୍ ଡିଟେଲିଂ ଦିଆଯାଇଛି । AC ଭେଣ୍ଟ୍, ସେଣ୍ଟର୍ କନ୍ସୋଲ୍ ଓ ସିଟ୍ ଷ୍ଟିଚିଂରେ ମଧ୍ୟ ପର୍ପଲ୍ ଟଚ୍ ରହିଛି। ସିଟ୍ରେ ମିଳିବ ବ୍ଲାକ୍ ଲେଦରେଟ୍ ଅପହୋଲଷ୍ଟ୍ରି।
ଫିଚର୍ କଥା କହିଲେ, ଟପ୍ ଭାରିଆଣ୍ଟରେ ରହିଛି ଟ୍ରିପଲ୍ ସ୍କ୍ରିନ୍ ସେଟଅପ୍, ପାନୋରାମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ୍ ସିଟ୍ ଓ ଡୁଆଲ୍-ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ୍। ଏହା ସହ ପାୱାର୍ଡ ଟେଲଗେଟ୍, କନେକ୍ଟେଡ୍ କାର୍ ଟେକ୍ନୋଲୋଜି, ୩୬୦ ଡିଗ୍ରୀ କ୍ୟାମେରା ଏବଂ ଲେଭଲ୍-୨ ADAS ଭଳି ଫିଚର୍ ମଧ୍ୟ ରହିଛି। କିଛି ଭାରିଆଣ୍ଟରେ ୧୨-ସ୍ପିକର୍ JBL ଅଡିଓ ସିଷ୍ଟମ୍ ମିଳିବ। ପାୱାର୍ଟ୍ରେନ୍ରେ କୌଣସି ବଡ଼ ପରିବର୍ତ୍ତନ କରାଯାଇନାହିଁ। Sierra #DARK Editionରେ ୧.୫ ଲିଟର୍ ପେଟ୍ରୋଲ୍, ୧.୫ ଲିଟର୍ ଡିଜେଲ୍ ଏବଂ ୧.୫ ଲିଟର୍ ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ବିକଳ୍ପ ରହିଛି।
ଏବେ ଦାମ ଉପରେ ନଜର ପକାଇବା । Sierra #DARK Editionର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ ୧୩ ଲକ୍ଷ ୯୯ ହଜାର ଟଙ୍କା । ସେହିପରି ଟପ୍ ଭାରିଆଣ୍ଟର ଦାମ ୨୧ ଲକ୍ଷ ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ନୂଆ ଡାର୍କ ଲୁକ୍ ଓ ପ୍ରିମିୟମ୍ ଫିଚର୍ ସହ Tata Sierraର ଏହି #DARK Edition ଗାଡ଼ିପ୍ରେମୀଙ୍କ ପାଇଁ ଆଣିଛି ଏକ ନୂଆ ରୂପ।