ବ୍ରଜରାଜନଗର ଉପନିର୍ବାଚନ: ବିଜେଡ଼ି ଆଗରେ, ବିରୋଧୀ ପଛରେ

brajanag election

ମେଟ୍ରୋ ଟିଭି ଓଡିଶା (୩.୬.୨୦୨୨)

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଦିନ ୧୨ଟା ସୁଦ୍ଧା ୧୦ଟି ରାଉଣ୍ଡ ଶେଷ ହୋଇଛି। ପ୍ରଥମ ରାଉଣ୍ଡରୁ ଦଶମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡ଼ି ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରି ବହୁ ଭୋଟ ବ୍ୟବଧାନରେ ଆଗରେ ରହିଛି। ବିଜେଡ଼ିର ଭୋଟ ବ୍ୟବଧାନକୁ ଦେଖିଲେ ବ୍ରଜରାଜନଗର ଉପନିର୍ବାଚନରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟୀ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ।

ମିଳିଥିବା ସୂଚନା ଅନୁସାରେ ଦଶମ ରାଉଣ୍ଡରେ ବିଜେଡ଼ିକୁ ୪୭୩୧ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିକୁ ୬୯୬ ଏବଂ କଂଗ୍ରେସକୁ ୧୯୪୦ଖଣ୍ଡ ଭୋଟ ମିଳିଛି। ତେବେ ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ମୋଟ ୪୮,୪୨୮ ଖଣ୍ଡ ଭୋଟ ମିଳିଛି। ସେହିପରି ଦଶମ ରାଉଣ୍ଡ ସୁଦ୍ଧା ବିଜେପିକୁ ୧୧୫୭୯ ଏବଂ କଂଗ୍ରେସକୁ ୧୧୬୧୪ ଖଣ୍ଡ ଭୋଟ ମିଳିଛି। ଅନ୍ୟ ଦଳମାନଙ୍କଠାରୁ ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି ୩୬,୮୧୪ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଛି।