ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି
ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର | ବୌଦ୍ଧ ଜିଲ୍ଲାରେ ଥିବା ବଘିଆପଡା ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୭ଟା ବେଳେ ପିଇଟି ଶିକ୍ଷକ ଆଜାଦ ଶତପଥୀ ବାଡ଼ିରେ ମାରିବାରୁ ତାହା ୭ମ ଶ୍ରେଣୀର ଛାତ୍ରଙ୍କ ମୁହଁରେ ବାଜିଥିଲା।ଏଥିରେ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଏକ୍ସରେ କରାଯିବ ବୋଲି ଜଣାପଡିଛି। ତେବେ ଶିକ୍ଷକ ଜଣକ ତାଙ୍କୁ କାହିଁକି ମାଡ଼ ମାରିଲେ ତାହା ଜଣାପଡିନାହିଁ |