ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗ ଦେଇଛନ୍ତି।ଆଲୋଚନାରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଏବଂ ବ୍ୟବସାୟିକ ସହଯୋଗକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଓଡ଼ିଶାର କୃଷି ଓ ଖାଦ୍ୟ ଉତ୍ପାଦକୁ ୟୁଏଇ ବଜାରରେ ଅଧିକ ସୁଯୋଗ ଦେବା ନେଇ ଆଲୋଚନା ହୋଇଥିଲା।ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରପ୍ତାନି ସୁଯୋଗ ସହ ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ଏବଂ ଦକ୍ଷ ମାନବ ସମ୍ବଳ ଯୋଗାଣ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ରାଉଣ୍ଡଟେବୁଲ୍ ବୈଠକରେ ଓଡ଼ିଶାଭିତ୍ତିକ କମ୍ପାନୀ ରୁଚି, ଫାର୍ମ ବି, ବି ୱାନ୍ ଓ ଓରି କ୍ଲିନ୍ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ IBPG ସଭାପତି ରାଜୀବ ଶାହା ମଧ୍ୟ ଉପସ୍ଥିତ ଥିଲେ।ଓଡ଼ିଶାର ଉତ୍ପାଦନ କ୍ଷମତା, ପ୍ରାକୃତିକ ସମ୍ପଦ ଓ ଦକ୍ଷ ମାନବ ସମ୍ବଳକୁ ୟୁଏଇ ବଜାର ସହ ଯୋଡ଼ିବା ଦ୍ୱାରା ରାଜ୍ୟର ରପ୍ତାନି ଓ ଶିଳ୍ପ କ୍ଷେତ୍ରକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି