୧୫ ସେପ୍ଟେମ୍ବରରେ ଲଞ୍ଚ ହେବ Redmi Note 17 Pro

Redmi Note 17 Pro Series ର ଲଞ୍ଚ ତାରିଖ କମ୍ପାନୀ ଅଫିସିଆଲ୍ ଭାବେ ଘୋଷଣା କରିଛି । ରେଡମିର ଏହି ନୂଆ ସିରିଜ୍ ଭାରତରେ ୧୫ ସେପ୍ଟେମ୍ବରରେ ଲଞ୍ଚ ହେବ। ଏହି ସିରିଜ୍‌ରେ ୧୦,୦୦୦mAh ର ବଡ଼ ବ୍ୟାଟେରୀ ଏବଂ IP69K ୱାଟର୍ ଓ ଡଷ୍ଟପ୍ରୁଫ୍ ରେଟିଂ ଭଳି ଫିଚର୍ ମିଳିବ। ଏହା ରେଡମିର ପ୍ରଥମ ସିରିଜ୍ ହେବ, ଯେଉଁଥିରେ କମ୍ପାନୀ ଏତେ ବଡ଼ ବ୍ୟାଟେରୀ ବ୍ୟବହାର କରିଛି । ଏହା ପୂର୍ବରୁ ଏହି ଫୋନ୍ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ ହୋଇସାରିଛି । Xiaomiର ସବ୍-ବ୍ରାଣ୍ଡ ରେଡମିର ଏହି ସିରିଜ୍ ଇ-କମର୍ସ ୱେବସାଇଟ୍ Amazonରେ ଲିଷ୍ଟ ହୋଇଛି ।

କମ୍ପାନୀ ଏଥିପାଇଁ ଏକ ଅଲଗା ମାଇକ୍ରୋ ପେଜ୍ ମଧ୍ୟ ତିଆରି କରିଛି । ଏଠାରେ ଫୋନର ଲଞ୍ଚ ତାରିଖ ସହ ଏହାର ମୁଖ୍ୟ ଫିଚର୍ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିବ। କିଛି ଦିନ ପୂର୍ବରୁ କମ୍ପାନୀ ଏହି ଫୋନକୁ ଭାରତରେ ଲଞ୍ଚ କରିବା ବିଷୟରେ ସୂଚନା ଦେଇଥିଲା । ରେଡମି ନୋଟ୍ ୧୭ ପ୍ରୋ ସିରିଜ୍‌ରେ କମ୍ପାନୀ ଦୁଇଟି ଫୋନ୍ ଲଞ୍ଚ କରିବ । ଏଗୁଡ଼ିକ ହେଉଛି Redmi Note 17 Pro ଏବଂ Redmi Note 17 Pro Max । ଏଥିରୁ Pro Max ମଡେଲ୍‌ରେ ୧୦,୦୦୦mAh ର ବଡ଼ ବ୍ୟାଟେରୀ ଦିଆଯିବ। ଅନ୍ୟପଟେ, କମ୍ପାନୀ Redmi Note 17କୁ ଭାରତରେ ପୂର୍ବରୁ ଲଞ୍ଚ କରିସାରିଛି । ଏହି ଫୋନରେ ୮,୦୦୦mAh ର ବ୍ୟାଟେରୀ ରହିଛି।

Redmi Note 17 Pro Seriesର ଫିଚର୍:

ଏହି ସିରିଜର ଦୁଇଟି ଫୋନରେ ପ୍ରାୟ ସମାନ ଫିଚର୍ ମିଳିପାରେ । ତେବେ ଦୁଇଟି ଫୋନର ହାର୍ଡୱେରରେ କିଛି ଛୋଟ ପରିବର୍ତ୍ତନ ରହିପାରେ । ଏହି ଫୋନରେ ୬.୮୩ ଇଞ୍ଚର AMOLED ଡିସପ୍ଲେ ମିଳିପାରେ । ଏହି ଡିସପ୍ଲେ ୧.୫K ରେଜଲୁସନ୍ ଏବଂ ୧୨୦Hz ରିଫ୍ରେଶ୍ ରେଟ୍ ସପୋର୍ଟ କରିପାରେ । ଡିସପ୍ଲେର ପିକ୍ ବ୍ରାଇଟନେସ୍ ୩୫୦୦ ନିଟ୍ସ ପର୍ଯ୍ୟନ୍ତ ହୋଇପାରେ । ଡିସପ୍ଲେକୁ ସୁରକ୍ଷା ଦେବା ପାଇଁ Corning Gorilla Glass Victus ମିଳିପାରେ । Redmi Note 17 Pro Maxରେ Qualcomm Snapdragon 6 Gen 5 ଚିପସେଟ୍ ଦିଆଯାଇପାରେ ।

ସେହିପରି Pro ମଡେଲ୍‌ରେ Qualcomm Snapdragon 6s Gen 4 ଚିପସେଟ୍ ମିଳିପାରେ । ଦୁଇଟି ଫୋନରେ ୮GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିପାରେ। ଫୋନଗୁଡ଼ିକ Android 16 ଉପରେ ବେସ୍ଡ HyperOS 3ରେ ଚାଲିପାରେ। ଏହି ସିରିଜର Pro ମଡେଲରେ ୯,୦୦୦mAh ବ୍ୟାଟେରୀ ମିଳିପାରେ। ସେହିପରି Pro Max ମଡେଲରେ ୧୦,୦୦୦mAh ବ୍ୟାଟେରୀ ଦିଆଯିବ। ଏଥିରେ ୧୦୦W ପର୍ଯ୍ୟନ୍ତ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିପାରେ। କ୍ୟାମେରା ବିଷୟରେ କହିଲେ, ଫୋନ୍‌ରେ ୫୦MPର ମେନ୍ କ୍ୟାମେରା ସହ OIS ଏବଂ ୮MPର ଅଲ୍ଟ୍ରା ୱାଇଡ୍ କ୍ୟାମେରା ମିଳିପାରେ। ସେଲ୍ଫି ଏବଂ ଭିଡିଓ କଲ୍ ପାଇଁ ୩୨MPର ଫ୍ରଣ୍ଟ କ୍ୟାମେରା ଦିଆଯାଇପାରେ।

Leave a comment