ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ,ତୀବ୍ରତା ୪.୨
ନେପାଳ ପରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୨ ବୋଲି ଜଣାପଡିଛି । ଭୂକମ୍ପ ଝଟକା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ । ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ମଙ୍ଗଳବାର ରାତି ପ୍ରାୟ ୯ ଟା ୫୩ ମିନିଟ୍ ସମୟରେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଲୋମନ୍ଥାଙ୍ଗ ଅଞ୍ଚଳରେ ଥିଲା ବୋଲି NCS ପକ୍ଷରୁ ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା ।
ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ, ଭୂକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ସକାଳ ୧୦.୦୧ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କୌଣସି ପ୍ରକାରର ଜନହାନି ହୋଇନାହିଁ ।
ମଙ୍ଗଳବାର ଦିନ ତିବ୍ଦତରେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ନେପାଳ-ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ସବୁକିଛି ନଷ୍ଟ ହୋଇଯାଇଥିଲା । ଭୂକମ୍ପ ଝଟକା ସକାଳ ୯.୩୫ ମିନିଟରେ ଆସିଥିଲା । ଭୂକମ୍ପରେ ତତ୍କାଳ କୌଣସି କ୍ଷୟକ୍ଷତି ହୋଇନଥିଲା । ଭୂକମ୍ପର ଝଟକା ମନାଙ୍ଗ, ଡୋଲପାରେ ଅନୁଭୂତ ହୋଇଛି ।
ସେହିପରି ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୨.୯ ବୋଲି ଜଣାପଡିଛି । ଭୂକମ୍ପ ଝଟକା ୫ଟା ୪୪ ମିନିଟରେ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଥିଲା ।