୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା

ଆସନ୍ତା ୮ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଲଘୁ ଚାପ ରୂପ ନେବାର ସମ୍ଭାବନା କମ୍ । କିନ୍ତୁ ଏହା ପ୍ରଭାବରେ ୧୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା ହେବ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି।

ଏହା ପ୍ରଭାବରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଯାଜପୁର, ବାଲେଶ୍ଵର, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭଲ ବର୍ଷା ହେବ। ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ସେପଟେ ପାଣିପାଗ ବିଭାଗ ଆକଳନ କହୁଛି, ୯ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିପାରେ। ୧୦ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ।୧୧ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି। ରବିବାର ଦିନତମାମ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ବାରିପଦାରେ ୧୭.୮ମିମି ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ଵର, କଟକ ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ବର୍ଷା ହୋଇଛି।

Leave a comment