ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ସମସ୍ତ ସହରବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ସହରର ସର୍ବାଙ୍ଗୀନ ଉନ୍ନତି, ସୌନ୍ଦର୍ଯ୍ୟକରଣ ତଥା ସ୍ୱଚ୍ଛତା ବଜାୟ ରଖିବା ପାଇଁ ପୌରପରିଷଦ ପକ୍ଷରୁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି। ଟିଟିଲାଗଡ଼କୁ ଏକ ଆଦର୍ଶ, ସରସ ସୁନ୍ଦର ଓ ବିକାଶଶୀଳ ସହର ଭାବେ ଗଢ଼ିତୋଳିବାକୁ ପୌରପରିଷଦ ସଂକଳ୍ପବଦ୍ଧ। ବିଶେଷକରି ସହରକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ କରିବା, ନିୟମିତ ପରିମଳ ବ୍ୟବସ୍ଥା ବଜାୟ ରଖିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ନାଗରିକଙ୍କ ସଚେତନତା ଓ ଭାଗୀଦାରୀ ଅତ୍ୟନ୍ତ ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏଥିସହିତ ପୌରାଞ୍ଚଳର ଉନ୍ନତି ଓ ନାଗରିକ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସମସ୍ତ ବାସିନ୍ଦା ନିର୍ଦ୍ଧାରିତ ସମୟରେ ମ୍ୟୁନିସିପାଲିଟି ଟିକସ ପଇଠ କରିବାକୁ ଅନୁରୋଧ କରାଯାଇଛି। ସମସ୍ତଙ୍କ ମିଳିତ ସହଯୋଗ ଓ ଦାୟିତ୍ୱବାନ ମନୋଭାବ ହିଁ ଟିଟିଲାଗଡ଼କୁ ଏକ ସ୍ୱଚ୍ଛ, ସବୁଜ ଓ ଆଗୁଆ ସହରରେ ପରିଣତ କରିପାରିବ ବୋଲି ପୌରପରିଷଦ ପକ୍ଷରୁ ବାର୍ତ୍ତା ଦିଆଯାଇଛି।

Leave a comment