ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା , ସେପ୍ଟେମ୍ବର ଆରମ୍ଭରୁ ଓଡ଼ିଶାରେ ଜାରି ରହିବ ବର୍ଷାର ପ୍ରଭାବ

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ସେପ୍ଟେମ୍ବର ଆରମ୍ଭରୁ ଓଡ଼ିଶାରେ ଜାରି ରହିବ ବର୍ଷାର ପ୍ରଭାବ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ କରାଇଛି । ୨ ଓ ୩ ତାରିଖରେ ମଧ୍ୟ ବିଚ୍ଛିନ୍ନ ଭାବେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଚଳିତ ବର୍ଷ ଓଡ଼ିଶା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି ।

ମୌସୁମୀ ଋତୁ ଶେଷ ହେବାକୁ ଆହୁରି ପ୍ରାୟ ଏକ ମାସ ବାକି ଥିବାବେଳେ ରାଜ୍ୟ ତାହାର ସାଧାରଣ ମୌସୁମୀ ବର୍ଷା ପରିମାଣକୁ ଆଗୁଆ ଛୁଇଁସାରିଛି । ଅଗଷ୍ଟ ୨୬ ସୁଦ୍ଧା ରାଜ୍ୟରେ ୧,୧୦୩.୯ ମିଲିମିଟର ବର୍ଷା ହୋଇଥିଲା, ଯାହା ସେହି ସମୟର ସ୍ୱାଭାବିକ ୮୪୩ ମିଲିମିଟର ତୁଳନାରେ ୩୦.୯ ପ୍ରତିଶତ ଅଧିକ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବର୍ଷାକୁ ସକ୍ରିୟ ରଖିଛି । ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ । IMD ଅନୁସାରେ ଆଜି ମଧ୍ୟ ଓଡ଼ିଶାରେ ବର୍ଷାର ତୀବ୍ରତା ରହିବ ।  ଆଜି ପାଇଁ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସତର୍କତା ରହିଛି । ଏହାସହ ବଜ୍ରପାତ ଓ ଝଡ଼ପବନର ଆଶଙ୍କା ମଧ୍ୟ ରହିଛି । ଭୁବନେଶ୍ୱର-କଟକ ଅଞ୍ଚଳରେ ମଙ୍ଗଳବାର ଆକାଶ ସାଧାରଣତଃ ମେଘୁଆ ରହିବା ସହ ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ରହିଛି । ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ମଧ୍ୟ ବହିପାରେ ।

Leave a comment