Redmi Note 17 Pro Max ଲଞ୍ଚ : କ୍ୟାମେରା ମଡ୍ୟୁଲ୍ iPhone ଦ୍ୱାରା ଅନୁପ୍ରାଣିତ
Redmi Note 17 ଏବଂ Redmi Note 17 Pro ପରେ Xiaomi ବିଶ୍ୱ ସ୍ତରରେ ସିରିଜର ସବୁଠାରୁ ପ୍ରିମିୟମ୍ ମଡେଲ୍ ଲଞ୍ଚ କରିଛି । ଏହି Redmi ଫୋନରେ ଏକ ପାୱାରଫୁଲ୍ ୧୦୦୦୦mAh ବ୍ୟାଟେରୀ ଏବଂ ୧୦୦W ଦ୍ରୁତ ଚାର୍ଜିଂ ସୁବିଧା ରହିଛି । ଏହା iPhone 15 ସହିତ ସମାନ ଦେଖାଯାଉଛି । ଏହି ଫୋନର ବ୍ୟାକ୍ ପ୍ୟାନେଲରେ ଥିବା କ୍ୟାମେରା ମଡ୍ୟୁଲ୍ iPhone ଦ୍ୱାରା ଅନୁପ୍ରାଣିତ ।
ଫିଚର୍ସ :
Redmi ର ଏହି ସ୍ମାର୍ଟଫୋନରେ 6.83 ଇଞ୍ଚର AMOLED ଡିସପ୍ଲେ ପ୍ରଦାନ କରାଯାଇଛି । ଫୋନର ଡିସପ୍ଲେ 1.5K ରିଜୋଲ୍ୟୁସନ୍ ଏବଂ 120Hz ରିଫ୍ରେଶ୍ ରେଟକୁ ସପୋର୍ଟ କରିଥାଏ । ଫୋନର ଡିସପ୍ଲେ ୩୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ ମଧ୍ୟ କରିଥାଏ । ଏଥିରେ ଡଲବି ଭିଜନ୍, HDR10+ର ସପୋର୍ଟ ମିଳିଥାଏ । ଡିସପ୍ଲେ ପ୍ରୋଟେକ୍ସନ ପାଇଁ ଫୋନଟି କର୍ଣ୍ଣିଂ ଗରିଲା ଗ୍ଲାସ୍ ଭିକ୍ଟସ୍ ପ୍ରଦାନ କରେ ।
Redmi Note 17 Pro Max ରେ Qualcomm Snapdragon 6 Gen 5 ଚିପସେଟ୍ ଦିଆଯାଇଛି । ଏହି ଫୋନ ୮ GB RAM ଏବଂ 512GBର ଷ୍ଟୋରେଜର ସପୋର୍ଟ ପ୍ରଦାନ କରିବ । ଏହି ଫୋନ୍ Android 16 ବେସ୍ଡ, ଯାହା HyperOS 3ରେ କାମ କରେ । ଏହି ଫୋନରେ Google Gemini ବେସ୍ଡ AI ଫିଚର୍ସ ପ୍ରଦାନ କରାଯାଇଛି ।
ମିଡ୍ ବଜେଟର ଏହି Redmi ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରାର ସେଟଅପ୍ ପ୍ରଦାନ କରିଛି । ଫୋନଟିରେ ୫୦MP ମେନ୍ OIS କ୍ୟାମେରା ସହିତ 8MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨MPର ଫ୍ରଣ୍ଟ କ୍ୟାମେରା ଉପଲବ୍ଧ। ଏଥିରେ ୧୦୦W ଫାଷ୍ଟ ୱାୟାରଡ୍ ଚାର୍ଜିଂ ଏବଂ ୨୭W ରିଭର୍ସ ୱାୟାରଡ୍ ଚାର୍ଜିଂ ସହିତ ଏକ ପାୱାରଫୁଲ୍ ୧୦୦୦୦mAhର ବ୍ୟାଟେରୀ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି । ଫୋନଟି IP66 ଏବଂ IP68 ରେଟିଂପ୍ରାପ୍ତ। ଯାହା ଦ୍ବାରା ଫୋନଟିକୁ ପାଣିରେ ପ୍ରୋଟେକ୍ଟ କରି ରକାଯାଇପାରିବ ।
ପ୍ରାଇସ୍ :
ଏହି Redmi ଫୋନ୍ଟି ଜାପାନରେ ଲଞ୍ଚ ହୋଇଛି । ଫୋନଟି 8GB RAM + 256GB ଏବଂ 8GB RAM + 512GBର ଦୁଇଟି ଷ୍ଟୋରେଜ ଭାରିଆଣ୍ଟରେ ଉପଲବ୍ଧ । 8GB RAM + 256GBଷ୍ଟୋରେଜ ଭାରିଆଣ୍ଟର ଫୋନ୍ ୭୯,୯୦୦ ଟଙ୍କାରେ ମିଳୁଥିବାବେଳେ 8GB RAM + 512GB ଷ୍ଟୋରେଜ ଭାରିଆଣ୍ଟର ଫୋନ୍ ୯୯,୯୦୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନଟିକୁ ୟୁଜର୍ସ Cloudbrush, Perple ଏବଂ Black ନାମକ ୩ଟି କଲର ଅପ୍ସନରେ କିଣିପାରିବେ ।