ସ୍ବାଇନ ଫ୍ଲୁ ରେ ଆକ୍ରାନ୍ତ ବଲିଉଡ୍ ଚର୍ଚ୍ଚିତ ଅଭିନେତା ଇମ୍ରାନ ହାଶମୀ ,ବେଙ୍ଗାଲୁରୁ ଶୋ ସ୍ଥଗିତ

ବଲିଉଡ୍ ଚର୍ଚ୍ଚିତ ଅଭିନେତା ଇମ୍ରାନ ହାଶମୀଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ଖବର ସାମ୍ନାକୁ ଆସିଛି ।  ତାଙ୍କର ସ୍ବାଇନ ଫ୍ଲୁ H1N1 ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିଥିବା ସୂଚନା ମିଳିଛି । ସ୍ବାଇନ ଫ୍ଲୁ ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିବା ପରେ ବେଙ୍ଗାଲୁରୁ ଶୋକୁ ସ୍ଥଗିତ କରାଯାଇଛି ।

ଏକ ରିପୋର୍ଟ ଅନୁଯାୟୀ, ଇମରାନ ହାଶମୀ ଫିଲ୍ମ ସୁଟିଂ ପାଇଁ ଯାତ୍ରା କରୁଥିଲେ ଏବଂ ସମ୍ପ୍ରତି କାମ ପାଇଁ ରାଞ୍ଚି ଯାଇଥିଲେ। ସେ ସେଠାରୁ ଫେରିବା ପରେ ଅଭିନେତା ଅସୁସ୍ଥ ଅନୁଭବ କରିଥିଲେ । କିଛି ଦିନ ପାଇଁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ପରେ ତାଙ୍କର ଏକ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଯାହା ସ୍ବାଇନ ଫ୍ଲୁ H1N1 ପଜେଟିଭ୍ ଆସିଥିଲା । ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ହେଲେ ବର୍ତ୍ତମାନ ଏହି ବିଷୟରେ ଇମରାନ ହାଶମୀଙ୍କ ପକ୍ଷରୁ କୌଣସି ସରକାରୀ ବୟାନ ମିଳିପାରି ନାହିଁ ।

ସେ ‘ଆୱାରାପାନ 2’କୁ ଚର୍ଚ୍ଚାରେ ଥିଲାବେଳେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଏଭଳି ଏକ ଖବର ସାମ୍ନାକୁ ଆସିଛି । ତାଙ୍କ ଅସୁସ୍ଥତା ମଧ୍ୟରେ ସେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ଲେଖିଛନ୍ତି ଯେ, ହେ ବାଙ୍ଗାଲୋର, ମୁଁ ବହୁତ ଅସୁସ୍ଥ ଅନୁଭବ କରୁଛି ଏବଂ ଦୁର୍ଭାଗ୍ୟବଶତଃ ମୁଁ ବାଙ୍ଗାଲୋର ଶୋ’କୁ ଆସିପାରିବି ନାହିଁ । ବର୍ତ୍ତମାନ ଶୋକୁ ସ୍ଥଗିତ ରଖାଯାଇଛି । ମୁଁ ଆପଣଙ୍କୁ ସେପ୍ଟେମ୍ବର ୧୨ ତାରିଖରେ ସନବର୍ଣ୍ଣ ୟୁନିଅନରେ ଦେଖା କରିବି ।

ଯଦି ତାଙ୍କ ୱାର୍କଫିଲ୍ଡ କଥା କୁହାଯାଏ ତେବେ ସେ ‘ଆୱାରାପାନ 2’ରେ ଦିଶା ପଟାନି ଏବଂ ଶବାନା ଆଜମୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନୀତିନ କକ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣିଥରେ ଶିବମ୍ ପଣ୍ଡିତଙ୍କ ଭୂମିକାରେ ଇମରାନ ହାସମୀ ଅଭିନୟ କରିଛନ୍ତି। ନିକଟରେ, ଇମରାନ ତାଙ୍କ ସହ-କଳାକାର ଦିଶା ପଟାନିଙ୍କ ସହିତ ମୁମ୍ବାଇର ଏକ ଥିଏଟର ପରିଦର୍ଶନ କରିଥିଲେ, ଯେଉଁଠାରେ ଉଭୟେ ଫିଲ୍ମର ଉତ୍କୃଷ୍ଟ ପ୍ରତିକ୍ରିୟା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ଇମରାନ ‘ଆୱାରାପାନ’ର ତୃତୀୟ ଭାଗକୁ ନିଶ୍ଚିତ କରିଥିଲେ।

Leave a comment