କାହିଁକି ବନ୍ଦ ହେଇଗଲା ଆଟଲାସ ସାଇକେଲ ।ଯେଉଁ ସାଇକେଲ ଥିଲା ପ୍ରତି ଘରର ଗର୍ବ , ଆଜି କେଉଁଠି ହଜିଗଲା?ଭାରତର ନମ୍ବର 1 ସାଇକେଳ କମ୍ପାନୀ ଶେଷରେ କାହିଁକି ହରିଗଲା?କୋଟି କୋଟି ସ୍କୃତିକୁ ଛାଡ଼ି ହଠାତ୍ କାହିଁକି ବନ୍ଦ ହେଲା ଆଟଲାସ ।ଆଟଲାସ ବନ୍ଦ ହେବ ପଛର ସତ୍ୟ ଶୁଣିଲେ ଆଖିରେ ଲୁହ ଆସିଯିବ ।ଏକ ସମ ଥିଲା ଘର ଆଗରେ ଆଟଲାସ ସାଇକେଲ ଥିଲେ ସେହି ଘରର ସମ୍ମାନ ବଢୁଥିଲା ।ଗାଁର କାଦୁଅ ରାସ୍ତା ହେଉ କି ସହରର ପିଚୁ ରାସ୍ତା ସବୁଠି ରାଜ କରୁଥିଲା ଆଟଲାସ ।ବାପାଙ୍କ ପ୍ରଥମ ଚାକିରି , ପୁଅର ସ୍କୁଲ ଯିବ , ଚାଷୀଙ୍କ ଦୌନିକ ଯାତ୍ରା ପ୍ରତେକ ଙ୍କ ଚାହିଦା ପୁରଣ କରୁଥିଲା ଏହି ସାଇକେଲ ।କିନ୍ତୁ ଆଜି ସେ ଆଟଲାସ କେଉଁଠି ।କାହିଁକି ହଠାତ ଅଦୃଶ୍ୟ ହେଇଗଲା ଏହି ବ୍ରାଣ୍ଡ । ଆଟଲାସ ର କାହାଣୀ ଆରମ୍ଭ ହୁଏ ଜାନକୀ ଦାସ କପୁରଙ୍କ ସହିତ । ଦେଶ ବିଭାଜିନ ପୁର୍ବରୁ ସେ କରାଚୀରେ ସାଇକେଲ ପାର୍ଟ୍ସ ବ୍ୟବସାୟ କରୁଥିଲେ । 1947 ରେ ଦେଶ ବିଭାଜନ ପରେ ସବୁକିଛି ଭାରତକୁ ଆସିଲେ । ହରିୟାଣାର ସାନିପତ୍ ଠାରେ ନୂଆ ସପ୍ନ ଗଢିଥିଲା । 1951 ରେ ସେ ଆରମ୍ଭ କଲେ ନିଜ ବ୍ରାଣ୍ଡ ଆଟଲାସ ସାଇକେଲ । ପ୍ରଥମ ବର୍ଷରେ ହିଁ ହଜାର ହଜାର ସାଇକେଲ ବିକ୍ରି ହେଲା ।କିଛି ବର୍ଷ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚି ପାରିଥିଲା ଆଟଲାସ । 1965 ମସିହା ସୁଦ୍ଧା ଆଟଲାସ ଭାରତର ସବୁଠାରୁ ବଡ଼ ସାଇକେଲ ନିର୍ମାତା କମ୍ପାନୀ ପାଲଟିଗଲା ।1982 ଏସୀୟ କ୍ରୀଡ଼ା ପାଇଁ ଆଟଲାସ ଅଫିସିଆଲ ମ୍ୟାନୁଫାକ୍ଟରର୍ ଥିଲା ଏବଂ 50 ରୁ ଅଧିକ ଦେଶକୁ ସାଇେକଲ ରପ୍ତାନୀ କରୁଥିଲା । ବର୍ଷକୁ ପ୍ରାୟ 40 ଲକ୍ଷ ସାଇକେଲ ତିଆରି କରି ଆଟଲାସ ବିଶ୍ବର ତୃତୀୟ ବୃହତ୍ତମ ସାଇକେଲ କମ୍ପାନୀ ହୋଇଥିଲା । ହେଲେ ସଫଳତାର କାହାଣୀ ବେଶି ଦିନ ରହିଲା ନାହିଁ । ସମୟ ସହିତ ବଜାରରେ ହିରୋ ଏବଂ ଏଭନ ଭଳି ଅନ୍ୟ କମ୍ପାନୀଗୁଡ଼ିକ ଆଧୁନିକ ଟେକ୍ନାଲୋଜି ଓ ନୂଆ ମଡ଼େଲ ଆଣିଥିଲା । କିନ୍ତୁ ଆଟଲାସ ନିଜକୁ ସେହି ଅନୁସାରେ ବଦଳାଇ ପାରି ନଥିଲ । ସାଇକେଲ ପତନର ଅନ୍ୟ ଏକ କାରଣ ହେଲା ପାରିବାରିକ କଳହ । କପୁର ପରିବାରର ଉତ୍ତରାଧିକାରୀ ଏବଂ ଭାଇମାନଙ୍କ ଭିତରେ ମତାନ୍ତର ଓ ପାରିପାରିକ ବିବାଦ କମ୍ପାନୀକୁ ଦୁର୍ବଳ କରିଦଲା । ଯେଉଁ ହାତ ସାଇକେଲ ସାଇକେଲର ହ୍ୟାଣ୍ଡେଲ ଧରି କମ୍ପାନୀକୁ ଆଗକୁ ନେଇଥିଲା ସେହି ହାତ କୋର୍ଟ କଚେରୀର ଫାଇଲ ଧରିବାକୁ ବାଧ୍ୟ ହେଲା । ଫଳରେ ବ୍ୟବସାୟର ଧାରା କମିଗଲା । ଅନ୍ୟ କମ୍ପାନୀ ମାନେ ଆଗକୁ ବଢିଗଲେ ପଛରେ ରହିଗଲା ଆଟଲାସ । ଆର୍ଥିକ ଅନଟନ ହେତୁ ଗୋଟେ ପରେ ଗୋଟେ କାରଖାନା ବନ୍ଦ ହେବାକୁ ଲାଗିଲା ।ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅଭାବ ଏବଂ କୋଭିଡ଼ – 19 ମହାମାରୀର ପ୍ରଭାବ କାରଣରୁ 2020 ମସିହାରେ ଏହି କମ୍ପାନୀ ସମ୍ପୂର୍ଣ ଭାବେ ବନ୍ଦ ହୋଇଗଲା ।450 ରୁ ଅଧିକ କର୍ମଚାରୀ ଚାକିରୀ ହରାଇଲେ । ଫଳରେ 69 ବର୍ଷର ଯାତ୍ରା ସମାପ୍ତ କଲା ଆଟଲାସ । ଆଟଲାସ ର ପତନ ଆମକୁ ଗୋଟିଏ ଶିକ୍ଷା ଦିଏ କେବଳ ପୁରୁଣା ସଫଳତା ନୁହେଁ ସମୟ ସହ ବଦଳିବା ନୂଆ ପ୍ରଯୁକ୍ତି ବିଦ୍ୟା ଆପଣାଇବା ଏବଂ ଦୃଢ ନେତୃତ୍ବ ହିଁ ଏକ ବ୍ରାଣ୍ଡ କୁ ଦର୍ଘ ଦିବ ବଞ୍ଚାଇ ରଖିପାରେ । ଆଜି ଆଉ ବଜାରରେ ଆଟଲାସ ଦେଖିବାକୁ ମିଳୁନାହିଁ ସତ କିନ୍ତୁ ଳକ୍ଷେ ଲକ୍ଷେ ଲୋକ ଙ୍କ ହୃଦୟରେ ଆଜି ବଞ୍ଚି ରହିଛି ଆଟଲାସ ।
Trending
- କାହିଁକି ଅଟକି ଗଲା ଆଟଲାସ ସାଇକେଲ , ହିରୋରୁ ପାଲଟିଗଲା ଜିରୋ
- ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ,ସମସ୍ତ କାର୍ ପୋଡ଼ି ପାଉଁଶ
- ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ,ଏଯାଏଁ ୫୪୭ ଟପିଲାଣି,୩୨୦ରୁ ଅଧିକ ଭାରତୀୟ ନିଖୋଜ
- ସମ୍ମାନରେ କିଏ ହାତ ଲଗେଇଲେ ସେ ହାତ କୁ କାଟି ଫିଙ୍ଗି ଦେବାର ତାକତ ଅଛି – କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିଷୋଦଗାର
- ମାଫିଆଙ୍କୁ ସାବାଡ ପାଇଁ ଏସଟିଏଫ ଓ ଇଓଡବ୍ଲୁ ଆଇଜି ଭାବେ ଯୋଗଦେଲେ ବରିଷ୍ଠ ଆଇପିଏସ୍ ହିମାଂଶୁ ଲାଲ
- ଆସିଲା ‘ସୁଭଦ୍ରା’ ଟଙ୍କା , ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି
- ଜେନ-ଜି, ରାମମନ୍ଦିର ଦାନ ଅର୍ଥ ଲୁଟ୍ ଆଦି ପ୍ରସଙ୍ଗ କୌଣସି ପ୍ରଭାବ ନାହିଁ : ମୋଦୀ ପୁଣି ଥରେ ସରକାର ଗଠନ କରି ପ୍ରଧାନମନ୍ତ୍ରୀ ହେବେ
- ଆଜି ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି
- CJP କୁ ୪୩ ପ୍ରତିଶତ ଭୋଟରଙ୍କ ’ନା’
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ