ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ

ରକ୍ଷା ବନ୍ଧନ ଅବସରରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ । ନବୀନ ନିବାସରେ ଦେଖିବାକୁ ମିଳିଥିଲା ଭିଡ଼। ନବୀନ ପଟ୍ଟନାୟକଙ୍କୁ ବ୍ରହ୍ମାକୁମାରୀ ଭଉଣୀ, ସ୍କୁଲ ଛାତ୍ରୀ, ଗାଇଡ୍, କୁନି ପିଲା ଓ ବିଜେଡି ନେତ୍ରୀମାନେ ରାଖୀ ବାନ୍ଧିଛନ୍ତି । ନବୀନ ନିବାସର ବାରଣ୍ଡାରେ ବସିଥିବା ନବୀନଙ୍କ ନିକଟକୁ ଜଣକ ପରେ ଜଣେ ଆସି ରାଖୀ ବାନ୍ଧିବା ସହ ଶୁଭେଚ୍ଛା ଜଣାଇଥିଲେ।

ବ୍ରହ୍ମାକୁମାରୀ ଭଉଣୀମାନେ ନବୀନଙ୍କୁ ରାଖୀ ବାନ୍ଧିଥିଲେ । ଏହି ଅବସରରେ ତାଙ୍କୁ ଏକ ସ୍ମୃତିଫଳକ ମଧ୍ୟ ପ୍ରଦାନ କରାଯାଇଥିଲା । ସ୍କୁଲ ଛାତ୍ରୀ ଓ ଗାଇଡ୍ ମାନେ ମଧ୍ୟ ନବୀନଙ୍କ ହାତରେ ରାଖୀ ବାନ୍ଧିଥିଲେ। କୁନି ପିଲାମାନେ ମଧ୍ୟ ରାଖୀ ବାନ୍ଧିବାକୁ ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ସେମାନଙ୍କ ସହ କଥା ହୋଇ ଶୁଭେଚ୍ଛା ବିନିମୟ କରିଥିଲେ।

ଅନେକ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଟୁକୁନି ସାହୁ ମଧ୍ୟ ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ରାଖୀ ବାନ୍ଧିଥିଲେ। ଏହାସହ ଅନ୍ୟ ମହିଳାମାନେ ମଧ୍ୟ ରକ୍ଷା ବନ୍ଧନ ଅବସରରେ ନବୀନଙ୍କୁ ଭେଟି ରାକ୍ଷୀ ବାନ୍ଧିଥିଲେ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଭାଇ-ଭଉଣୀଙ୍କ ସମ୍ପର୍କର ପର୍ବ ରକ୍ଷା ବନ୍ଧନ ପାରମ୍ପରିକ ଭାବେ ପାଳନ କରାଯାଉଛି।

Leave a comment