ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି ,୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜ୍ ଘୋଷଣା

ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜ୍ ଘୋଷଣା। ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତରେ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି।

୧୯୮୪ ମସିହାରେ ଆର୍ମୀ ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରଠାରୁ ଦୀର୍ଘ ୪ ଦଶନ୍ଧି ଧରି ଅପେକ୍ଷା କରିଥିଲେ ବିସ୍ଥାପିତ। ଏବେ ସେମାନଙ୍କ ଥଇଥାନ ଓ ପୁନର୍ବାସ ପାଇଁ ପଦକ୍ଷେପ ନିଆଯାଇଛି। ପ୍ରତି ପରିବାରଙ୍କୁ ୫ଲକ୍ଷ ଟଙ୍କା ହିସାବରେ ଅତିରିକ୍ତ ସହାୟତା ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ନୂଆ କୀର୍ତ୍ତିପୁର କଲୋନୀର ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଅଙ୍ଗନବାଡ଼ି, ମାର୍କେଟ କମ୍ପ୍ଲେକ୍ସ, ପବ୍ଲିକ୍ ଟଏଲେଟ୍, ବାତ୍ୟା ଆଶ୍ରୟସ୍ଥଳୀ ଓ ମାଛଧରା ଡଙ୍ଗା ରଖିବା ପାଇଁ ବେଳାଭୂମି ସମତୁଲକରଣ ଭଳି ଭିତ୍ତିଭୂମି ବିକାଶ ପାଇଁ ୨କୋଟି୮୦ ଊକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଦିଗପହଣ୍ଡିର ସାନ୍ତରାପୁରଠାରେ ଥଇଥାନ କରାଯାଇ ୧୧୨ ପରିବାରକୁ ୧୦ ଡିସିମିଲ୍ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ଯୋଗାଇ ଦିଆଯାଉଛି।  ଆଜି ଏମାନଙ୍କ ମଧ୍ୟରୁ ୯୬ ପରିବାରକୁ ପଟ୍ଟା ଦିଆଯାଇଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a comment